Odisha news

ବଦଳୁଛି ନେପାଳର ଭାରତ ବିରୋଧୀ ମନଭାବ : ପୁରୁଣା ନକ୍ସା ସହିତ ଦେଲେ ଦଶହରାର ଶୁଭକାମନା

0

ନୂଆଦିଲ୍ଲୀ : ବିଜୟ ଦଶମୀକୁ ନେଇ ଭାରତରେ ଯେପରି ଧୁମଧାମରେ ପାଳନ ହେଉଛି ପଡୋଶୀ ଦେଶ ,ନେପାଳରେ ମଧ୍ୟ ସେହିପରି ପାଳନ କରାଯାଇଥାଏ l ଏହାର ଅର୍ଥ ନେପାଳରେ ବିଜୟ ଦଶମୀକୁ ନେଇ ଉତ୍ସାହ ଦେଖା ଦେଇଥାଏ l ସେଥିପାଇଁ ଅନେକ ଭାରତୀୟ ନେପାଳରରେ ବିଜୟ ଦଶମୀ ପାଳନ କରିବାକୁ ଯାଇଥାନ୍ତି l ଚଳିତ ବର୍ଷର ବିଜୟ ଦଶମୀ ଭାରତ ଓ ନେପାଳର ସମ୍ପର୍କକୁ ନେଇ କିଛି ଅଲଗା ପ୍ରକାରର ନଜର ଆସୁଛି l ବର୍ତମାନ ନେପାଳର ସ୍ୱର ବଦଳି ଯାଇଛି ,ଲିପୁଲେଖ,କଳାପାଣି, ଲିମ୍ପିଆଧୁରlକୁ ନିଜ ସୀମାର ଅଂଚଳ ବୋଲି ଦର୍ଶାଉଥିବା ନେପାଳର ପ୍ରଧାନମନ୍ତ୍ରୀ ,ଅକ୍ଟୋବର ୨୩ ତାରିଖ ଦିନ ନେପାଳ ବାସୀଙ୍କୁ ବିଜୟ ଦଶମୀରେ ଶୁଭକାମନା ଜଣାଇଛନ୍ତି l ଏହି ଶୁଭ କାମନାରେ ଯେଉଁ ନକ୍ସlଟିକୁ ଦେଖା ଯାଇଛି ତାହା ନେପାଳର ପୁରୁଣା ନକ୍ସା ,ଏଥିରେ ଲିପୁଲେଖ,କଳାପାଣି ଏବଂ ଲିମ୍ପିଆଧୁରl ନାହିଁ l

ଏହାର ଅର୍ଥ ହେଲା ଦେଖିବାକୁ ପଡିବ ଯେ ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କରେ ସୁଧାର ଆସୁଛି l ପ୍ରଶ୍ନ ଉଠୁଛି ଯେ ବର୍ତମାନ ପର୍ଯ୍ୟନ୍ତ ଭାରତ ବିରୁଦ୍ଧରେ ଉଗ୍ର ଦେଖାଯାଉଥିବା ଓଲି ସରକାରଙ୍କ ଶୋଭାବରେ ଏହା କି ପ୍ରକାରର ପରିବର୍ତନ ଅଟେ l ଓଲି ସରକାର ବୁଧବାର ଦିନ ସନ୍ଧ୍ୟାରେ ଭାରତର ଗୋଇନ୍ଦା ବିଭାଗ ମୁଖ୍ୟ ସାମନ୍ତ କୁମାର ଗୋୟଲଙ୍କୁ ସାକ୍ଷାତ କରିଥିଲେ l ଗୋୟଲ ବୁଧବାର ଦିନ ଅଲିଙ୍କୁ ତାଙ୍କର ସରକାରୀ ବାସଭବନରେ ଦେଖା କରିଥିଲେ ,ଯାହା ନେପାଳ କମ୍ୟୁନିଷ୍ଟ ପାର୍ଟି ସମେତ ଅନ୍ୟ କିଛି ରାଜନୈତିକ ଦଳଙ୍କୁ ଭଲ ଲାଗିନଥିଲା l ସତାରୁଢ଼ା ପାର୍ଟିର ନେତା ଭୀମ ରାଓଳ କହିଛନ୍ତି ଯେ ର ପ୍ରମୁଖ ଗୋୟଲ ଓ ପ୍ରଧାନମନ୍ତ୍ରୀ ଓଲିଙ୍କ ମଧ୍ୟରେ ଯେଉଁ ବୈଠକ ହେଲା ଏହା କୂଟନୀତି ଉପରେ ପ୍ରଭାବ ପକାଉଛି ଓ ଏହା ଦ୍ୱାରା ନେପାଳର ରାଷ୍ଟ୍ରହିତ ହାନି ହେଉଛି l

ଓଲି ସରକାରଙ୍କର ବିଜୟ ଦଶମୀରେ ଅଭିଵାଦନକୁ ନେପାଳୀ କଂଗ୍ରେସ ମଧ୍ୟ ଆଙ୍ଗୁଠି ଦେଖାଇଛି l ନେପାଳୀ କଂଗ୍ରେସ କହିଛି ଯେ ଏହି ଅଭିବାଦନ ଓଲି ସରକାର ନୂଆ ନକ୍ସା ଜାରି ନକରି ପୁରୁଣା ନକ୍ସା କାହିଁ ଜାରି କରିଥିଲେ l କିନ୍ତୁ ଏହାର ଅର୍ଥ କଣ ବୁଝିହେଉନି l ଭାରତ କିନ୍ତୁ ଟିକିଏ ଆସ୍ୱସ୍ଥି ଲାଭ କରିଛି ଯେ ବୋଧହୁଏ ନେପାଳର ମନ ଭାବ ବଦଳି ଯାଇଛି l

Leave A Reply