ନେମାଳ : ମହାନଦୀ– ଚିତ୍ରୋତ୍ପଳା ଦୀପାଂଚଳରୁ ବର୍ଷା ଜଳ ନିଷ୍କାସନ ପାଇଁ ଜନସାଧାରଣମାନେ ମୁଖ୍ୟତଃ ସାନ୍ତପୁର ପଂଚାୟତ ରହଂସ ଓ ପାଳଦା ଯୋର ଉପରେ ନିର୍ଭର କରିଥାଆନ୍ତି । ଏହି ଦୁଇଟି ଯୋର ଦେଇ ପ୍ରତ୍ୟେକ ବର୍ଷ ଦୀପାଂଚଳର ବର୍ଷା ଜଳ ଚିତ୍ରୋତ୍ପଳା ନଦୀକୁ ନିଷ୍କାସିତ ହେଉଥିଲା ବେଳେ ଧୀରେ ଧୀରେ ଏହି ଯୋର ଦୁଇଟି ପୋତି ହୋଇ ପଡିବାରୁ ଆବଶକୀୟ ବର୍ଷା ଜଳ ସଠିକ୍ ରୂପେ ନିଷ୍କାସିତ ହୋଇ ପାରୁନାହିଁ । ଫଳରେ ବର୍ଷା ଓ ନଦୀ ବଢି ସମୟରେ ଦୀପାଂଚଳର ଶହ ଶହ ହେକ୍ଟର ଚାଷ ଜମି ବର୍ଷା ଓ ବନ୍ୟା ପାଣିରେ ବୁଡି ରହିବା ସହ ବ୍ୟାପକ ‘ସଲ ହାନୀ ହୋଇଥିବାର ଦେଖିବାକୁ ମିଳୁଛି ।
ଏପରିକି ସଠିକ୍୍ ଭାବେ ବର୍ଷା ଜଳ ନିଷ୍କାସିତ ହୋଇ ପାରୁନଥିବାରୁ ପ୍ରତ୍ୟେକ ବର୍ଷ ବ୍ୟାପକ ଫସଲ ନଷ୍ଟ ହେବା ସହ ବର୍ଷା ଓ ବନ୍ୟାପାଣି ଗାଁ ଗଣ୍ଡା ମ୍ମକୁ ପଶିଯାଇ ଘରଦ୍ୱାର ଆଦି ନଷ୍ଟ କରୁଥିବାର ଦେଖିବାକୁ ମିଳୁଛି । ଜଳ ନିଷ୍କାସନ ପାଇଁ ପ୍ରତ୍ୟେକ ବର୍ଷ ଜନସାଧାରଣମାନେ ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଦାବି କରୁଥିଲେ ମଧ୍ୟ ଅଦ୍ୟାବଧି ସେପରି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଗତ କିଛିବର୍ଷ ତଳେ ଉଭୟ ଯୋରକୁ ଖନନ କରାଯାଇଥିଲେ ମ୍ମ ନିମ୍ନମାନର କାର୍ଯ୍ୟ ଯୋଗୁ ତାହା ଏବେ ପୋତି ହୋଇ ଦୀପାଂଚଳ ଚାଷୀ ଓ ପରିବାର ପ୍ରତି ବିପଦ ସୃଷ୍ଟି କରୁଛି । ଏହି ଯୋର ଦୁଇଟି ଦେଇ ଗୁଆଳୀ ଠାରୁ ପାଳଦା ପର୍ଯ୍ୟନ୍ତ ଦଶଟି ପଂଚାୟତର ବର୍ଷା ଜଳ ନିଷ୍କାସିତ ହେଉଥିôଲା ବେଳେ ଚଳିତ ବର୍ଷ ତୁରନ୍ତ ବିଭାଗୀୟ ଅଧିକାରୀମାନେ ଯୋର ସେ‘ଇ ମରାମତି କରିବା ପାଇଁ ସାଧାରଣରେ ଦାବି କରିଛନ୍ତି ।