Odisha news

 ବାସୁଦେବପୁର : କଟକଣାକୁ ବେଖାତିରି କରି ଦୁଇ ଦୋକାନ ସିଲ୍ , ମିଠା ଦୋକାନୀ ତଣ୍ଡ ଗଣିଲେ

0

ବାସୁଦେବପୁର : କରୋନା ମହାମାରୀ ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ରାତ୍ରୀ କାଳୀନ କର୍ଫୁ୍ୟ ସହ ସଡ୍‍ ଡାଉନ୍‍ ଓ ଅନ୍ୟାନ କଟକଣା ଜାରି କରିଛନ୍ତି । ଆଇନ୍‍କୁ ଫୁକରି ବାସୁଦେବପୁର ପୌରପାଳିକାର କେତେକ ଦୋକାନୀ ବେପାର କରୁଥିବା ବେଳେ ଧରାପଡି ଦୁଇଟି ଦୋକାନ ସିଲ୍‍ ହୋଇ ଥିବା ବେଳେ ଏକ ମିଠା ଦୋକାନୀ ପ୍ରଶାସନିକ ଅଧିକାରୀଙ୍କୁ ପାଞ୍ଚ ହଜାର ଟଙ୍କା ଜରିମାନା ଗଣିବାକୁ ପଡିଛି । ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଗୋଷ୍ଠି ସଂକ୍ରମଣକୁ ରୋକିବା ପାଇଁ ଦୋକାନମାନଙ୍କରେ ସମାଜିକ ଦୂରତା ରକ୍ଷା କରିବା, ମାସ୍କ ଲଗାଇବା ଓ ସାତ ଜଣରୁ ଅଧିକ ଏକାଠି ଠୁଳ ନହେବା ଆଦି କକଟକଣାକୁ କଡାକଡି କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ଦିଆ ଯାଇଛି । କଟକଣାକୁ ବେଖାତିରି କରି ବାସୁଦେବପୁର ଅମାନିଆମାନେ ଦୋକାନୀ ତଣ୍ଡ ଗଣୁଛନ୍ତି । ମଧ୍ୟାନ୍ନରେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ,ଥାନା ଅଧିକାରୀ ପ୍ରଦୀପ କୁମାର ମାଝୀଙ୍କ ନେତୃତ୍ୱରେ ଏକ ଟିମ୍‍ ମିଳିତ ଭାବେ ବାସୁଦେବପୁରରେ ଦୋକାନ ବୁଲି ବୁଲି ଚଡାଉ କରିଥିଲେ ।

ମେଡିକାଲ ଛକରେ ଲକ୍ଷ୍ମୀନାରାୟଣ ମିଷ୍ଠାନ ଭଣ୍ଡାରରେ ଦୋକାନରେ ଥିବା ଦୋକାନୀ ମାସ୍କ ନଥିବା ବେଳେ ସାତରୁ ଅଧିକ ଲୋକ ସାମାଜିକ ଦୂରତା ରକ୍ଷା ନକରି ଦୋକାନରୁ ମିଠା କିଣୁଥିଲେ । ପ୍ରଶାସନିକ ଟିମ୍‍ ପହଞ୍ଚି ୫ ହଜାର ଟଙ୍କା ଜରିମାନା କରିବା ପରେ ଦୋକାନୀ ତଣ୍ଡ ଗଣିଥିଲେ । ସେହିପରି ଅଟୋ ଷ୍ଟାଣ୍ଡର ରାଜୁ ଡ୍ରେସେସ୍‍ ରେ ସାମାଜିକ ଦୁରତା ରକ୍ଷା ନକରି ବହୁ ଲୋକ ଦୋକାନରେ ରୁଣ୍ଡ ହୋଇଥିଲେ । ଦୋକାନୀକୁ ନିଦ୍ଧିଷ୍ଟ ପରିମାଣରେ ଜରିମାନା କରାଯାଇଥିଲେ ମଧ୍ୟ ଦେଇ ନପାରିବାରୁ ଦୋକାନ ସିଲ୍‍ କରିଦେଇଥିଲେ । ହାଇସ୍କୁଲ ଛକ ମହେଶ ଜୁଏଲର୍ସ ମଧ୍ୟ ସାମାଜିକ ଦୁରତା ରକ୍ଷା ନକରି ବହୁ ଲୋକ ଦୋକାନରେ ରୁଣ୍ଡ ହୋଇଥିଲେ । ଦୋକାନୀକୁ ନିଦ୍ଧିଷ୍ଟ ପରିମାଣରେ ଜରିମାନା କରାଯାଇଥିଲେ ମଧ୍ୟ ଦେଇ ନପାରିବାରୁ ଦୋକାନକୁ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ସିଲ୍‍ କରିଦେଇଥିଲେ ।

Leave A Reply

Your email address will not be published.