ବାସୁଦେବପୁର :କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିରେ ସମଗ୍ର ରାଜ୍ୟରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ବାସୁଦେବପୁର ପୌରପାଳିକାର ୧୪ ନମ୍ବର ଓ୍ୱାର୍ଡର ଶୁକଦେବପୁରରେ ଏକ କରୋନା ରୋଗୀ ଚିହ୍ନଟ ହୋଇଥିବାରୁ ଏହି ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ଘୋଷଣା କରାଯାଇଛି ।
ପାଖରେ ଥିବା ୧୩ ଓ୍ୱାର୍ଡକୁ କଭର ଜୋନ ଭାବେ ପ୍ରଶାସନ ଘୋଷଣା କରିଛି । ଆଜି ବାସୁଦେବପୁରରେ ପଦ୍ମପୁର ପଞ୍ଚାୟତର ତିନୋଟି କେଶ ଚିହ୍ନଟ କରାଯାଇଥିବା ବେଳେ ପୌରପାଳିକାର ୧୪ ଓ୍ୱାର୍ଡରୁ ଗୋଟିଏ ଚିହ୍ନଟ କରାଯାଇଛି । ଅନ୍ୟ ଗୋଟିଏ କେଶ ବାହାର ଚିହ୍ନଟ କରାଯାଇଛି । ଆଜିର ଦିନରେ ୫ଟି କେଶ ବାସୁଦେବପୁରରୁ ଚିହ୍ନଟ କରାଯାଇଥିବାରୁ ପୁଣି ଭୟର ବାତାବରଣ ଖେଳି ଯାଇଛି ।
ପ୍ରଶାସନ ପକ୍ଷରୁ ୧୪ ନମ୍ବର ଓ୍ୱାର୍ଡର ଶୁକଦେବପୁରକୁ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ ସମସ୍ତ ସକରାରୀ କଟକଣା ଲାଗୁ କରାଯାଇଛି ।
