Odisha news

ନର୍ସିଂହୋମ ବିରୋଧରେ ଥାନାରେ ଅଭିଯୋଗ : ନାବାଳକ ମୃତ ଓ ପ୍ରସୂତି ଗୁରୁତର

0

କେନ୍ଦ୍ରାପଡା :  କେଦ୍ରାପଡାରେ ଥିବା ସାଇ ନର୍ସିଂହୋମ ବିରୋଧରେ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହୋଇଛି । ନର୍ସିଂହୋମ ପକ୍ଷରୁ ଅବହେଳା ପାଇଁ ନବଜାତକ ଶିଶୁ ମୃତୁ୍ୟବରଣ କରିଥିବା ବେଳେ ପ୍ରସୂତିଙ୍କ ଅବସ୍ଥା ଗୁରୁତର ଥିବା ଟାଉନ ଥାନାରେ ଅଭିଯୋଗ କରାଯାଇଛି । ନର୍ସିଂହୋମ କତୃପକ୍ଷ ଓ ଚିକିସôା କରୁଥିବା ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି ।

ଅଭିଯୋଗ ମୁତାବକ ମାର୍ଶାଘାଇ ଥାନା ବେରୁହାଁ ଗ୍ରାମର ହିରଣ୍ୟ କୁମାର ରାଉତ ଗର୍ଭ ଯନ୍ତ୍ରଣା ଭୋଗୁଥିବା ପତ୍ନୀ ଭାନୁମତୀ ରାଉତଙ୍କୁ ପ୍ରସବ ପାଇଁ ଜୁନ ୨୯ ତାରିଖ ରାତି ୧୨ଟା ସମୟରେ ନର୍ସିଂହୋମରେ ଆଡମିଶନ କରାଇଥିଲେ । ଗର୍ଭ ଯନ୍ତ୍ରଣା ଅଧିକ ହେବାରୁ ତୁରନ୍ତ ଚିକିସôା ଆବଶ୍ୟକ ପଡୁଥିବା ବେଳେ ନର୍ସିଂହୋମର କର୍ମଚାରୀ ମାନେ ଡାକ୍ତରଙ୍କୁ ନଡାକି ସମୟ ଗଡାଇ ଚାଲିଥିଲେ । ପ୍ରଚୁର ରକ୍ତସ୍ରାବ ଓ ଅସହ୍ୟ ଗର୍ଭ ଯନ୍ତ୍ରଣାରେ ପତ୍ନୀ ରୋଗୀ ଛଟପଟ ହେଉଥିବା ବେଳେ ଡାକ୍ତର ଆସି ନଥିଲେ ।

ପରଦିନ ସକାଳ ୫ଟା ୩୦ରେ ଡାକ୍ତର ଅସ୍ତ୍ରପ୍ରଚାର କରି ଶିଶୁପୁତ୍ର ଜନ୍ମ କରାଇଥିଲେ ଓ ତୁରନ୍ତ କଟକ ନେଇଯିବା ପାଇଁ କହିବାରୁ କଟକ ନିଆ ଯାଇଥିଲେ ମଧ୍ୟ ଶିଶୁଟିର ଅକାଳ ମୃତୁ୍ୟ ଘଟିଥିଲା । ଅନ୍ୟ ପକ୍ଷରେ ପ୍ରସୂତିର ଅବସ୍ଥା ଗୁରୁତର ଜଣା ପଡିଛି । ଆଥର୍କି ଶୋଷଣ ଓ ସନ୍ତାନ ହାନୀ ଭୋଗୁଥିବା ହିରଣ୍ୟ ଏନେଇ ଟାଉନ        ଥାନାରେ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.