ନୟାଗଡ଼ : ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଲକ ନୋତର ଏବଂ ଜହ୍ନିପଦା ପଞ୍ଚାୟତର ବିଭିନ୍ନ ଗାଁ ଗସ୍ତ କରିଛନ୍ତି । ପଞ୍ଚାୟତ ଅଞ୍ଚଳର ବିକାଶ ମୂଳକ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବା ସାଙ୍ଗକୁ ମନ୍ତ୍ରୀ ସାହୁ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଗାଁ ଲୋକଙ୍କ ସହ ଆଲୋଚନା ବେଳେ ମନ୍ତ୍ରୀ ସାହୁ ଲୋକଙ୍କ ଆବଶ୍ୟକତା ରହିଥିବା କାର୍ଯ୍ୟ ପ୍ରତି ଗୁରୁତ୍ୱ ଦେଉଛନ୍ତି । ଲୋକଙ୍କ ସମସ୍ୟା ସମାଧାନ ଓ ଆବଶ୍ୟକତା ପୂରଣ ଦିଗରେ ମନ୍ତ୍ରୀ ସମସ୍ତ ଉଦ୍ୟମ କରିବା ପ୍ରତିଶ୍ରୃତି ଦେଇଥିଲେ । ଗସ୍ତରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର ଏବଂ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା ଆଦି ଉପସ୍ଥିତ ରହିଥିଲେ । ମନ୍ତ୍ରୀ ସାହୁ ନିଜ ନିର୍ବାଚନମଣ୍ଡଳୀ ନୟାଗଡ଼ ଏବଂ ଓଡ଼ଗାଁ ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ସୁବିଧା ଅସୁବିଧା ସମାଧାନ ସହ ଜନ ସଂପର୍କକୁ ଅଧିକ ମଜବୁତ କରୁଛନ୍ତି । ଅଗାମୀ ପଞ୍ଚାୟତ ନିର୍ବଚନ ପୂର୍ବରୁ ମନ୍ତ୍ରୀ ସାହୁଙ୍କ ଜନସଂପର୍କ କାର୍ଯ୍ୟକ୍ରମ ଦଳ ପାଇଁ ଲାଭ ଦାୟକ ହେବ ।
Comments are closed.