Odisha news

ନବୀନଙ୍କ ନୂଆ ଟିମ : କେଉଁ ମନ୍ତ୍ରୀ ବିଦା ହେଲେ , କେଉଁ ମନ୍ତ୍ରୀଙ୍କ ପଦ ରହିଲା ଓ କେତେଜଣ ନୂଆ ମୁହଁ ମନ୍ତ୍ରୀ ହେଲେ

0

ଭୁବନେଶ୍ୱର,:  ନୂଆ ଟିମ୍‌ ଗଢ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିମ୍‌ରେ ୫ ଜଣ ନୂଆ ମୁହଁଙ୍କୁ ସାମିଲ କରାଯାଇଛି । ୫ ପୁରୁଖା ନେତା ବି ଫେରିବେ ମନ୍ତ୍ରିମଣ୍ଡଳକୁ । ୮ ଜଣ ମନ୍ତ୍ରୀଙ୍କ ପଦ ରହିଲା ।


୧୨ ଜଣଙ୍କୁ ମନ୍ତ୍ରୀ ପଦରୁ ଅବ୍ୟାହତି ଦିଆଯାଇଛି । ଏଥିରେ ଅଛନ୍ତି କୃଷି ମନ୍ତ୍ରୀ ପଦରେ ଥିବା ଅରୁଣ ସାହୁ, ନଗର ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ, ଶକ୍ତି ଓ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ବି ପଦ ହରାଇଛନ୍ତି । ତାଙ୍କ ସ୍ଥାନ ନେବେ ଭଞ୍ଜନଗର ବିଧାୟକ ବିକ୍ରମ ଆରୁଖ । ନୂଆ ସରକାରୀ ମୁଖ୍ୟ ସଚେତକ ଦାୟିତ୍ୱ ସମ୍ଭାଳିବେ ପ୍ରଶାନ୍ତ କୁମାର ମୁଦୁଲି ।

ରବିବାର  ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ । ଏହି ନୂଆ, ଅଭିଜ୍ଞ ଓ ଯୁବା ମନ୍ତ୍ରୀଙ୍କୁ ନେଇ ୨୦୨୪ ନିର୍ବାଚନ ଲଢ଼େଇକୁ ଓହ୍ଲାଇବ ବିଜେଡି ।
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ପାଇଁ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ନୂଆ ଚେହେରା ହେଲେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବିଜେପୁରର ରୀତା ସାହୁ ଓ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ । ଏମାନେ ପ୍ରଥମ ଥର ପାଇଁ ହେବେ ମନ୍ତ୍ରୀ ।

ସେହିପରି ମନ୍ତ୍ରୀମଣ୍ଡଳକୁ ଫେରିଲେ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ଉଷା ଦେବୀ ଓ ପ୍ରଦୀପ ଅମାତ।
ଅଶୋକ ପଣ୍ଡା, ନିରଞ୍ଜନ ପୂଜାରୀ, ନବକିଶୋର ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଟୁକୁନି ସାହୁ, ସମୀର ରଂଜନ ଦାଶ, ପ୍ରଫୁଲ୍ଲ ମଲ୍ଲିକ ଓ ଜଗନ୍ନାଥ ସାରକାଙ୍କ ଉପରେ ନବୀନ ପୁନଃ ଆସ୍ଥା ପ୍ରକଟ କରିଛନ୍ତି । ଏହି ୮ ଭାଗ୍ୟବାନଙ୍କ ମନ୍ତ୍ରୀ ପଦ ରହିଛି । ସେମାନେ ପୁଣି ଶପଥ ନେବେ ।

ନବୀନଙ୍କ ୧୯ ଜଣିଆ ଟିମ୍‌ରେ ଅଛନ୍ତି ୧୩ ଜଣ କ୍ୟାବିନେଟ୍‌ ପାହ୍ୟା ଏବଂ ୬ ଜଣ ରାଷ୍ଟ୍ର ପାହ୍ୟା । ମନ୍ତ୍ରୀ ପଦ ହରାଇଛନ୍ତି ବିକ୍ରମ କେଶରୀ ଆରୁଖ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ ସାହୁ, ସୁଦାମ ମାର୍ଣ୍ଡି, ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରେମାନ୍ଦନ ନାୟକ,ସୁଶାନ୍ତ ସିଂହ, ତୁଷାରକାନ୍ତି ବେହେରା ଓ ପଦ୍ମିନୀ ଦିଆନ ।

Leave A Reply