Odisha news

୭୬ ବର୍ଷରେ ପଦାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଓଡ଼ିଶାର ରାଜନୀତି ରେ ଗୋଟିଏ ଜଣାଶୁଣା ନାମ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଯିଏ କି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକ ଙ୍କର ସୂପୁତ୍ର ଅଟନ୍ତି l ବିଜୁବାବୁ ନିଜର ଅଦମ୍ୟ ସାହସ ଓ ଜଣେ ଦକ୍ଷ ସ୍ୱାଧୀନତା ସଂଗ୍ରାମୀ ଭାବରେ ସାରା ବିଶ୍ୱରେ ପରିଚିତ ଥିଲେ l ବିଜୁବାବୁ ଯେଭଳି ଜଣେ ଟାଣୁଆ ରାଜନେତା ଥିଲେ ସେହିଭଳି ନବୀନ ମଧ୍ୟ ଜଣେ ସୁଦକ୍ଷ ରାଜନେତା ଭାବରେ ପରିଚିତ l ଏହାଛଡା ନିଜର ସରଳ ଜୀବନ ଯାପନ ପ୍ରଣାଳୀ କୁ ନେଇ ସାରା ଭାରତ ରେ ପରିଚିତ l

ନବୀନ ବାବୁ ଙ୍କ ଜନ୍ମ ୧୯୪୬ ଅକ୍ଟୋବର ୧୬ ତାରିଖ ରେ କଟକରେ ହୋଇଥିଲା l ପ୍ରାରମ୍ଭିକ ଶିକ୍ଷା କଟକରେ ଆରମ୍ଭ କରିଥିଲେ ମଧ୍ୟ ୭ ବର୍ଷ ଆୟୁ ରେ ନବୀନ ୱେଲ ହାମ୍ ବଏଜ ସ୍କୁଲ୍ ଡେରାଡୁନ ରେ ଆଡ଼ମିସନ ନେଇଥିଲେ l ଏହାପରେ ସେ ଡେରାଡୁନ ର ପ୍ରତିଷ୍ଠିତ ସ୍କୁଲ ଡୁନ ସ୍କୁଲ ରେ ଶିକ୍ଷା ଗ୍ରହଣ କରିଥିଲେ l ଏହାପରେ ଉଚ୍ଚ ଶିକ୍ଷା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠିତ କଲେଜ ସେଣ୍ଟ ଷ୍ଟିଫେନ କଲେଜ ରୁ ସ୍ନାତୋକ ସମ୍ପୂର୍ଣ କରିଥିଲେ l ନବୀନ ପଟନାୟକ ଜଣେ ଭଲ ଲେଖକ ଅଟନ୍ତି l ତାଙ୍କ ଭାଇ ପ୍ରେମ ପଟନାୟକ ଦିଲ୍ଲୀର ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି ଓ ଭଉଣୀ ଗୀତା ମେହତା ଜଣେ ଲେଖିକା ଅଟନ୍ତି l

ଆଜି ତାଙ୍କର ଜନ୍ମ ଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ଜାଣିବା ।
ନବୀନ ରାଜନୀତି ରୁ ଦୁରେଇ ରହିଥିଲେ ସୁଦ୍ଧା ୧୯୯୭ ରେ ପିତା ସ୍ବର୍ଗତ ବିଜୁ ବାବୁ ଙ୍କ ବିୟୋଗ ପରେ ରାଜନୀତି ରେ ପାଦ ଥାପିଥିଲେ, ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି l ଏଗାରତମ ଲୋକସଭା ନିର୍ବାଚନରେ ଓଡ଼ିଶାର ଆସ୍କା ନିର୍ବାଚନ କ୍ଷେତ୍ର ରୁ ବିଜୟ ଲାଭ କରିବା ପରେ ଇସ୍ପାତ ଓ ଖଣି ସମ୍ବନ୍ଧୀୟ ମନ୍ତ୍ରଣାଳୟ, ବାଣିଜ୍ୟ ସମ୍ବନ୍ଧୀୟ ସ୍ଥାୟୀ ସମିତିର ସଭ୍ୟ ଓ ସଂସଦ ର ଗ୍ରନ୍ଥାଳୟ ସଦସ୍ୟ ଭାବରେ ନିର୍ବାଚିତ କରାଯାଇ ଥିଲା l ଗୋଟିଏ ବର୍ଷ ପରେ ଜନତାଦଳ ରେ ମନୋମାଳିନ୍ୟ ଯୋଗୁଁ ଭାରତୀୟ ଜନତା ଦଳର ସମର୍ଥନ ରେ ନିଜ ପିତାଙ୍କ ନାମରେ ସଶକ୍ତ ରାଜନୀତି ଦଳ ବିଜୁ ଜନତା ଦଳ ସ୍ଥାପନା କରିଥିଲେ l ସେ ଏଭଳି ଜଣେ ସ୍ୱଚ୍ଛ ବିଚାରଧାରା ର ମୁଖ୍ୟମନ୍ତ୍ରୀ ଯିଏ କି ଦୀର୍ଘ ୨୫ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ରହି ଓଡ଼ିଶା କୁ ସୂଚାରୁ ରୂପେ ପରିଚାଳିତ କରୁଛନ୍ତି ।
ଏହାପରେ ସେ ସର୍ବଦା ଓଡ଼ିଶାର ଉନ୍ନତି ଓ ଓଡିଶା ବାସୀଙ୍କ ଉନ୍ନତି ବିଷୟରେ ଚିନ୍ତା କରି ଆସିଛନ୍ତି l ଓଡ଼ିଶାର ଜନସାଧାରଣ ଙ୍କ ପେଟ ର ଭୋକ କୁ ବୁଝି କାଳିଆ ଯୋଜନା ଓ ସ୍ବାସ୍ଥ୍ୟ ର ସୁରକ୍ଷା ପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଗାଇ ଲୋକ ପ୍ରୀୟତା ହାସଲ କରିଥିଲେ । ନାରୀ ମାନଙ୍କ କଲ୍ୟାଣ ପାଇଁ ମିଶନ ଶକ୍ତି ଯୋଜନା ସେଥି ମଧ୍ୟରୁ ଗୋଟିଏ । ଏହାଛଡା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା , ଆହାର ଯୋଜନା , ମଧୁବାବୁ ପେନସନ ଯୋଜନା ଭଳି ଅନେକ ସୁବିଧା ରାଜ୍ୟର ଜନସାଧାରଣ ଙ୍କୁ ଯୋଗାଇ ନବୀନ ସମସ୍ତଙ୍କ ନିକଟରେ ଆଦୃତ ହୋଇ ରହିଛନ୍ତି ।
Leave A Reply