Odisha news

ନବରାତ୍ରୀ ର ଷଷ୍ଠ ଦିନ ମା କାତାୟାନିଙ୍କୁ ପୂଜା କରାଯାଏ : ମିଳିଥାଏ ଏହି ସବୁ ଅସୁବିଧା ରୁ ମୁକ୍ତି

ନବରାତ୍ରୀ ର ଷଷ୍ଠ ଦିନରେ ମା କାତାୟାନିଙ୍କୁ ପୂଜା କରାଯାଏ । ଶାସ୍ତ୍ର ଅନୁସାରେ କାତାୟାନି ଋଷି କତାୟନ ଙ୍କ କନ୍ୟା ଅଟନ୍ତି । ମାତା କାତାୟାନି ଅମୋଘ ଫଳ ଦାୟିନୀ ଅଟନ୍ତି । ଶିକ୍ଷା ପ୍ରାପ୍ତ କରିବା ପାଇଁ ଇଚ୍ଛା ରଖିଥିବା ବ୍ୟକ୍ତି ମାତା କାତାୟାନିଙ୍କୁ ପୂଜା କରିବା ଉଚିତ୍।
* ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଋଷି କତାୟନ୍ ଙ୍କ ପ୍ରାର୍ଥନା ରେ ସନ୍ତୁଷ୍ଟ ହୋଇ ଦେବୀ କାତାୟାନି ତାଙ୍କର ପୂତ୍ରୀ ଭାବରେ ଜନ୍ମ ଗ୍ରହଣ କରିଥିଲେ ।
* ମା କାତାୟାନିଙ୍କ ରୂପ ଖୁବ୍ ଭବ୍ୟ ଓ ସୁନ୍ଦର୍ ଅଟେ । ମାଙ୍କ ର ଡାହାଣ ହାତ ଉପର ପାର୍ଶ୍ଵ ଅଭୟ ମୁଦ୍ରା ରେ ଓ ତଳ ପାର୍ଶ୍ଵ ହାତ ବରମୁଦ୍ରା ରେ ରହିଥାଏ । ବାମ ପାର୍ଶ୍ୱରେ ଉପର ହାତରେ ଖଡ୍ଗ ଓ ତଳ ପାର୍ଶ୍ଵ ହାତରେ ପଦ୍ମ ରହିଥାଏ । ମାଙ୍କ ବାହନ ସିଂହ ଅଟେ ।
* ଷଷ୍ଠୀ ତିଥିରେ ମାଙ୍କ ନିକଟରେ ନାଲି ରଙ୍ଗର ଫୁଲ , ନାଲି ବସ୍ତ୍ର , ନାଲି ଶଙ୍ଖା , ଇତ୍ୟାଦି ଅର୍ପଣ କରିବା ଉଚିତ୍ । ମା କାତାୟାନିଙ୍କୁ ମହୁ ପ୍ରସାଦ ଭାବରେ ଅର୍ପଣ କରାଯାଇଥାଏ ।
* ଏହିଦିନ ଆପଣ ମଧ୍ୟ ନାଲି ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ୍ । ମାଙ୍କ ନିକଟରେ ଖଣ୍ଡ କଞ୍ଚା ହଳଦୀ ଅର୍ପଣ କରିବା ଦ୍ୱାରା ମା ସମସ୍ତ ମନସ୍କାମନା ପୂରଣ କରି ଥାଆନ୍ତି ।

Comments are closed.