Odisha news

ବୈଜ୍ଞାନିକ ଙ୍କ ମତ : ପରମାଣୁ ବମ୍ ବ୍ୟବହାର ଦ୍ଵାରା ପୃଥିବୀ ଉପରେ ଥିବା ବିପଦ ଦୂର ହୋଇପାରେ

ନୂଆଦିଲ୍ଲୀ : ପରମାଣୁ ବମ୍ କୁ ଏମିତିରେ ବିଶ୍ଵ ପାଇଁ ବିପଦ ସୂଚକ ବୋଲି କୁହାଯାଏ । କିନ୍ତୁ ବର୍ତ୍ତମାନ୍ ବୈଜ୍ଞାନିକ ମାନେ ଦାବୀ କରିଛନ୍ତି ଯେ ପରମାଣୁ ବମ୍ ଦ୍ଵାରା ପୃଥିବୀ ନିକଟକୁ ଆସୁଥିବା ଛୋଟ ଛୋଟ ଅଷ୍ଟ୍ରୋଏଡ୍ ଠାରୁ ପୃଥିବୀକୁ ରକ୍ଷା କରାଯାଇ ପାରିବ ।
ଗତ କିଛି ବର୍ଷ ହେଲାଣି ପୃଥିବୀ ନିକଟକୁ ଅଷ୍ଟ୍ରୋଏଡ୍ ଆସିବା ବୈଜ୍ଞାନିକ ମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ବୈଜ୍ଞାନିକ ମାନେ ଏହି ଚିନ୍ତାରେ ରହୁଛନ୍ତି ଯେ ଯଦି କେବେ ଭବିଷ୍ୟତ ରେ କୌଣସି ବଡ ଅଷ୍ଟ୍ରୋଏଡ୍ ସହିତ ପୃଥିବୀ ର ଧକା ହେଲା ତେବେ କଣ ହେବ ।
ବୈଜ୍ଞାନିକ ମାନଙ୍କର ଏହି ଚିନ୍ତା ଆଧାର ବିହୀନ ନୁହେଁ । ସେମାନେ ଚାହୁଁ ନାହାନ୍ତି ଯେ ଯେପରି ପୃଥିବୀ ରୁ ଡ଼ାଇନୋସୋର୍ ମାନଙ୍କର ସମ୍ପୂର୍ଣ୍ଣ ବିନାଶ ହୋଇଗଲା ସେହିଭଳି ମଣିଷ ମାନଙ୍କ ସହିତ ମଧ୍ୟ ଘଟୁ । କେବଳ ଏହି କାରଣରୁ ବୈଜ୍ଞାନିକ ମାନେ ପୃଥିବୀ ସହିତ ଧକା ଦେବାକୁ ଥିବା ଅଷ୍ଟ୍ରୋଏଡ୍ ମାନଙ୍କୁ ସମ୍ପୂର୍ଣ ଧ୍ଵଂସ କରିବା ପାଇଁ ଉପାୟ ଖୋଜୁ ଛନ୍ତି । ସେମାନେ ଗୋଟିଏ ଏପରି ଉପାୟ ଖୋଜୁଛନ୍ତି ଯାହା ଦ୍ଵାରା ଏହି ବିପଦକୁ ସମ୍ପୂର୍ଣ୍ଣ ଧ୍ଵଂସ କରିହେବ ।
ଗୋଟିଏ ଗବେଷଣା ରୁ ଜଣା ପଡ଼ିଛି ଯେ ଯଦି ଏହି ଅଷ୍ଟ୍ରୋଏଡ୍ ଗୁଡ଼ିକୁ ଧ୍ଵଂସ କରି ଛୋଟ ଛୋଟ ଟୁକୁଡ଼ା କରାଯାଇ ପାରିବ ତେବେ ଏହା ପୃଥିବୀ ପାଇଁ ବିପଦ ସୃଷ୍ଟି କରି ପାରିବ ନାହିଁ ।
Shares