ନବରାତ୍ରୀ ର ତୃତୀୟ ଦିନରେ ମାଙ୍କ ସ୍ୱରୂପ ମା ଚନ୍ଦ୍ରଘଣ୍ଟା ଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏହିଦିନ ମାଙ୍କୁ ଆରାଧନା କରି ଭାୟମୁକ୍ତି ପାଇଁ ପ୍ରାର୍ଥନା କରାଯାଇ ଥାଏ । ମାଙ୍କ ର ଏହି ସ୍ୱରୂପ ସକ୍ତିଦାୟୀ ଓ କଲ୍ୟାଣକାରୀ ଅଟେ । ମାଙ୍କ ର ଏହି ସ୍ୱରୂପ ରେ ମସ୍ତକରେ ଘଣ୍ଟ ଆକାରର ଚନ୍ଦ୍ରମା ରହିଥିବା କାରଣରୁ ମାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ । ମାଙ୍କ ଘଣ୍ଟ ଧ୍ବନିରେ ଦାନବ , ରାକ୍ଷସ , ଦୈତ୍ୟ ସମସ୍ତେ କମ୍ପି ଉଠି ଥାଆନ୍ତି ।
ମା ଚନ୍ଦ୍ରଘଣ୍ଟା ଙ୍କ ପୂଜା ଲାଲ୍ ବସ୍ତ୍ର ପିନ୍ଧି କରାଯାଇ ଥାଏ । ମାଙ୍କ ନିକଟରେ ନାଲି ଫୁଲ , ନାଲି ଓଢ଼ଣି , ରକ୍ତ ଚନ୍ଦନ , ସମର୍ପଣ କରାଯାଇ ଥାଏ । ଏହିଦିନ ମା ଙ୍କୁ ଭକ୍ତିପୂର୍ଣ୍ଣ ଭାବରେ ପୂଜା କରିବା ଦ୍ୱାରା ଶତ୍ରୁ ନାସ , ଜୀବନରୁ ନକାରାତ୍ମକ ଶକ୍ତିର କ୍ଷୟ , ଆରୋଗ୍ୟ ଲାଭ ଇତ୍ୟାଦି ହୋଇଥାଏ ।
– ଯାହାର ଜାତକ ରେ ମଙ୍ଗଳ ଦୁର୍ବଳ ଅଟନ୍ତି , ସେ ମାତା ଙ୍କୁ ନିକଟରେ ନାଲି ରଙ୍ଗର ଚୁନରୀ ଅର୍ପଣ କରି ନିଜ ଆଲମାରୀ ରେ ରଖିବା ଉଚିତ୍ ।
– ମାଙ୍କ ନିକଟରେ ତମ୍ବା ମୁଦ୍ରା ଅର୍ପଣ କଲେ ମା ସମସ୍ତ ବିପଦରୁ ମୁକ୍ତି ଦେଇ ଥାଆନ୍ତି । ତା ସହିତ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
– ଯଦି ଆପଣ ଏହି ତମ୍ବା ମୁଦ୍ରାକୁ ଧାରଣ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ଗୋଟିଏ ଛିଦ୍ର କରି ନାଲି ସୂତାରେ ଧାରଣ କଲେ ଜୀବନର ସମସ୍ତ ସଙ୍କଟ ଦୁର ହେବ ।
Comments are closed.