Odisha news

PPF କାଲ୍କୁଲେଟର : ଏହି ଉପାୟରେ ପିପିଏଫ୍ ରେ ଜମା କରନ୍ତୁ ପଇସା , ହୋଇଯିବେ କୋଟି ପତି

ନୂଆଦିଲ୍ଲୀ : ନିବେଶ ପାଇଁ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ଗୋଟିଏ ପ୍ରସିଧ ବିକଳ୍ପ ଅଟେ । ଯେଉଁଥିରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବା ସହିତ ଟ୍ୟାକ୍ସ ଦେବାରୁ ମଧ୍ୟ ରକ୍ଷା ପାଇ ପାରିବେ । କିନ୍ତୁ ଏତେ ପ୍ରସିଧ ହୋଇଥିବା ସତ୍ତ୍ଵେ ମଧ୍ୟ ଲୋକମାନେ ଏହାର ସୁବିଧା ଉଠାଇ ପାରି ନଥାନ୍ତି କାରଣ ସେମାନଙ୍କୁ ଏହାର ସଠିକ୍ ଜ୍ଞାନ ନଥାଏ ।
ଆଯକୁ ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ମାର୍ଚ୍ଚ ୩୦ ତାରିଖ ୨୦୨୦ ରେ ସରକାର ଛୋଟ ଜମାରେ ଯୋଜନାରେ ଅନେକ ଲାଭ ଘଟାଇ ଥିଲେ । PPF ରେ ସୁଧ ହାର ୭.୧ ପ୍ରତିଶତ ରହିଛି । ଆପଣ ଜାଣି ରଖନ୍ତୁ ଯେ ପିପିଏଫ୍ ରେ ମିଳୁଥିବା ସୁଧହାର ସମୀକ୍ଷା ପ୍ରତି ୩ ମାସକୁ ଥରେ ହୋଇଥାଏ । ଏହି ସୁଧ ହାର ଦରଦାମ୍ ଉପରେ ଖୁବ୍ ପ୍ରଭାବ ପକାଇ ଥାଏ ।
ଆପଣ ବର୍ଷକୁ କେତେ ନିବେଶ କରି ପାରିବେ – PPF ଆକାଉଣ୍ଟ ରେ ଆପଣ ବର୍ଷକୁ ୧.୫୦ ଲକ୍ଷ ଟଙ୍କାର ନିବେଶ କରି ପାରିବେ । ଧରନ୍ତୁ ଆପଣ ମାସକୁ PPF ଆକାଉଣ୍ଟ ରେ ୧୨,୫୦୦ ଟଙ୍କା ନିବେଶ କରୁଛନ୍ତି । ୧୫ ବର୍ଷର ମାଚୁରିଟୀ ପରେ ଆପଣ ନିଜର PPF ଆକାଉଣ୍ଟ କୁ ୫.୫ ଲକ୍ଷ ବ୍ଲକ୍ ରେ ଆଗକୁ ବଢ଼ାଇ ପାରିବେ । ଏମିତି ରେ ୩୦ ବର୍ଷ ପରେ
PPF ଆକାଉଣ୍ଟ ର ପୁରା ଫଣ୍ଡ ୧.୫ କୋଟି ରୁ ଅଧିକ ହୋଇଯିବ ।
୨୫ ବର୍ଷରୁ ଆରମ୍ଭ କରି ପାରିବେ ନିବେଶ –
ଆପଣଙ୍କୁ କହି ରଖୁଛୁ ଯେ ଏହି ସ୍କିମ୍ ରେ ଯେତେ ଶୀଘ୍ର ଆପଣ ନିବେଶ କରି ପାରିବେ ସେତେ ଅଧିକ ଲାଭ ପାଇବେ । ଧରାନ୍ତୁ ଆପଣଙ୍କ ବୟସ ୨୫ ବର୍ଷ , ଆପଣ ପ୍ରତିବର୍ଷ ୧.୫ ଲକ୍ଷ ନିବେଶ କରୁଛନ୍ତି । ତେବେ ୫୫ ବର୍ଷ ବେଳକୁ ଆପଣ କୋଟିପତି ହୋଇ ପାରିବେ ।
Shares