ବ୍ରହ୍ମପୁର,14/05 : (ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି. ବ୍ରହ୍ମପୁର ପକ୍ଷରୁ ଜାରି ରହିଛି ବାର୍ଷିକ ପ୍ରଶିକ୍ଷଣ ଶିବିର । ଏସ୍.ଏମ୍.ଆଇ.ଟି ଅଙ୍କୁଶୁପୁର ଠାରେ ଜାରି ରହିଥିବା ଏହି ଶିବିରକୁ ଆଜି ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନ କରି ନାଭାଲ ଏନ୍.ସି.ସି କ୍ୟାଡେଟମାନଙ୍କୁ ଉତ୍ସାହିତ କରିଥିଲେ । ଏନ୍.ସି.ସି ର ଉପକାରିତା ଉପରେ ବୁଝାଇବା ସହ ଏକତା ଓ ଅନୁଶାସନକୁ ଦୃଢ ଭାବେ ଅନୁପାଳନ କରିବାକୁ ଆହ୍ବାନ ଦେଇଥିଲେ ।
ସେହିପରି ଏନ୍.ସି.ସି ଗ୍ରୁପ୍ ହେଡ କ୍ବାଟର ବ୍ରହ୍ମପୁର ର ମୁଖ୍ୟ ଗ୍ରୁପ୍ କମାଣ୍ଡର ଗ୍ରୁପ୍ କ୍ୟାପଟେନ୍ ସଚିନ୍ ଗୁପ୍ତା ବାର୍ଷିକ ପ୍ରଶିକ୍ଷଣ ଶିବିରକୁ ପରିଦର୍ଶନରେ ଆସି ଅନୁଧ୍ୟାନ କରିଥିଲେ । କ୍ୟାଡେଟ୍ ମାନଙ୍କୁ ଟ୍ରେନିଂ, ଖାଇବା ଏବଂ ରହିବା ବିଷୟରେ ପଚାରି ବୁଝିଥିଲେ ।
ଏହି ଶିବିରରେ ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର 17 ଟି ସ୍କୁଲର 350ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି । ଶିବିରରେ ନାଭାଲ ଏନ୍.ସି.ସି. ର ବିଭିନ୍ନ ପ୍ରଶିକ୍ଷଣ ଦିଆଯାଉଛି । ପ୍ୟାରଡ୍, ଫାଇରିଂ, ୱେପନ୍ ଟ୍ରେନିଂ, ବୋଟ୍ ୱାର୍କ, ସିପ୍ ମୋଡଲିଂ, କମୁନିକେସନ୍ ଟ୍ରେନିଂ, ଆଙ୍କର ୱାର୍କ, ଫାଏର ଫାଇଟିଙ୍ଗ, ରିଗିଙ୍ଗ, ନାଭାଲ ଓରିଅନଟେସନ୍, ନ୍ୟାସନଲ ଇଣ୍ଟିଗ୍ରେସନ୍ ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି ।
ଏହି ବାର୍ଷିକ ପ୍ରଶିକ୍ଷଣ ଶିବିରଟି 1(ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି. ର କମାଣ୍ଡିଂ ଅଫିସର କମାଣ୍ଡର କିଶୋର ଚନ୍ଦ୍ର ରାଉତଙ୍କ ତତ୍ବାବଧାନରେ ଜାରି ରହିଥିବାବେଳେ ସ୍କୁଲ ଏଏନ୍ଓ ଏବଂ ସିଟିଓ ଓ ଅଫିସର ଷ୍ଟାଫ୍ ମାନେ ଏଥିରେ ସହଯୋଗ କରୁଛନ୍ତି । ଏହି ବାର୍ଷିକ ପ୍ରଶିକ୍ଷଣ ଶିବିରଟି 9ତାରିଖରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା 18ତାରିଖରେ ଶେଷ ହେବ ।…