ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଗତ ୭ମାସ ହେଲାଣି ଭୀଷଣ ଯୁଦ୍ଧ ଜାରୀ ରହିଛି l କ୍ରୋମିୟା ସହିତ ଯୋଡ଼ୁଥିବା ପୋଲ ଉପରେ ଆକ୍ରମଣ ହେବା ପରେ, ରୂସ ନିଜ ରଣନୀତି ରେ ଅନେକ ପରିବର୍ତନ ଆଣିଛି ଓ ୟୁକ୍ରେନ ଉପରେ ଘମାଘୋଟ ବମ ପକାଇବା ଜାରି ରଖିଛି l ଅନ୍ୟ ପକ୍ଷରେ ୟୁକ୍ରେନ ମଧ୍ୟ ରୁଷ ଉପରେ ପ୍ରତି ଆକ୍ରମଣ କରିଛି l ଏହି ମଧ୍ୟରେ ରୁଷ ର ସିକ୍ୟୁରିଟି କାଉନ୍ସିଲ ର ଜଣେ ଅଧିକାରୀ ଙ୍କ ବୟାନ ଚମକି ଦେଇଛି l ସେ କହିଛନ୍ତି ଯେ ଯଦି ୟୁକ୍ରେନ ଆମେରିକା ର ନେତୃତ୍ୱ ଥିବା ନାଟୋ ମିଲେଟରି ଆଲାଏନ୍ସ ରେ ମିଶିବ ତେବେ ଏହାର ପରିଣାମ ସ୍ୱରୂପ ତୃତୀୟ ବିଶ୍ୱଯୁଦ୍ଧ ସୁନିଶ୍ଚିତ ଅଟେ l ରୁଷ ର ଏହି ଖୋଲା ଚେତାବନୀ ପରେ ସାରା ବିଶ୍ୱରେ ଆତଙ୍କ ଛାଇ ଯାଇଛି l
ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୁତିନ ଙ୍କ ଦ୍ୱାରା ସେପ୍ଟେମ୍ବର ୩୦ ତାରିଖରେ ଔପଚାରିକ ଭାବରେ ୟୁକ୍ରେନ ଉପରେ ୧୮ ପ୍ରଶୀଷ୍ଟ କବ୍ଜା କରିଥିବାକୁ ନେଇ ଘୋଷଣା କରାଯାଇ ଥିଲା l ଏହାର କିଛି ସମୟ ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ନାଟୋ ର ସଦସ୍ୟତାକୁ ନେଇ ଆଲୋଚନା କରିଥିଲେ l କିନ୍ତୁ ୟୁକ୍ରେନ ପାଇଁ ନାଟୋ ର ସଦସ୍ୟତା ଗ୍ରହଣ କରିବା ଏତେ ସହଜ ନୁହେଁ l କାହିଁକି ନା ନାଟୋ ର ୩୦ ସଦସ୍ୟଙ୍କୁ ଏଥିପାଇଁ ମଞ୍ଜୁରୀ ଦେବାକୁ ପଡିବ l ରୁଷ ର ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ୟୁକ୍ରେନ ଭଲରେ ଜାଣିଛି ଏଭଳି ପଦକ୍ଷେପ ର ପରିଣାମ ତୃତୀୟ ବିଶ୍ୱଯୁଧ ଅଟେ l ଏହା ମଧ୍ୟ ଆମକୁ ଜାଣି ରଖିବା ଉଚିତ ଯେ ପରମାଣୁ ସଂଘର୍ଷ ସାରା ବିଶ୍ୱକୁ ପ୍ରଭାବିତ କରିବ l ଏହା କେବଳ ରୁଷ ଓ ପଶ୍ଚିମ ସମୂହ ଦେଶକୁ ପ୍ରଭାବିତ କରିବ ନାହିଁ, ଏହାର ପ୍ରଭାବ ସମଗ୍ର ପୃଥ୍ୱୀ ଉପରେ ପଡିବ l ‘