Odisha news

ନାସା ବୈଜ୍ଞାନିକ ଙ୍କୁ ମିଳିଲା ଆଉ ଗୋଟିଏ ସଫଳତା , ମଙ୍ଗଳ ଗ୍ରହ ରୁ ଆସିଲା ଉଡୁଥିବା ବାଲି ର ଫଟୋ

0

ନାସା ରିକନସିସେନ୍ସ ଆର୍ବିଟର ୨୨ କୋଟି କିଲୋମିଟର ଦୂରରୁ ମଙ୍ଗଳ ଗ୍ରହର ଗୋଟିଏ ବିଶେଷ ଫଟୋ ପଠାଇଛି , ନାସା ର ମର୍ସ ରିକନସିସେନ୍ସ ଆର୍ବିତର ମଂଗଳଗ୍ରହ ପୃଷ୍ଠାରୁ ଏକ ଲକ୍ଷ ତମ ଫଟୋ କ୍ୟାପିଚାର କରି ନୂଆ ରେକର୍ଡ କରିଛି l ମଙ୍ଗଳ ଗ୍ରହ ପୃଷ୍ଠରୁ ୱେଇତିହାସିକ ଫଟୋ ଆର୍ବିଟର ରେ ଲାଗିଥିବା HiRISE କ୍ୟାମେରା ରେ ଉତୋଳନ କରାଯାଇଛି l

ନାସା ବୈଜ୍ଞାନିକ ଙ୍କ ମତ ଅନୁସାରେ ଏହି ବିଶେଷ ଫଟୋ କୁ ଅକ୍ଟୋବର ୭ତାରିଖ ୨୦୨୫ ରେ ଉତୋଳନ କରାଯାଇଛି l ଏହି ଫଟୋ ଟି ମଙ୍ଗଳ ଗ୍ରହର ସିର୍ଟିସ ମେଜର ର ଅଟେ, ଯାହାକି ଜେଜେରୋ କ୍ରେତାର ନିକଟରେ ରହିଛି l ଏହି ଫଟୋ ଟିରେ ମଙ୍ଗଳ ଗ୍ରହରେ ଥିବା ବାଲି ଗଦା ଓ ଖାଲି ସ୍ଥାନ ରହିଛି l ବୈଜ୍ଞାନିକ ମାନେ ଏହି ଫଟୋ ର ବିସ୍ଲେସଣ ଜାରି ରଖିଛନ୍ତି l

କାହିଁକି ନା ବାୟୁ ରେ ଉଡୁଥିବା ବାଲି କୁ ଠିକ ଭାବରେ ଜାଣିହେବ l ଯାହାକି ଆଗାମୀ ପିଢ଼ି ପାଇଁ ଗୋଟିଏ ଶୁଭ ସଂକେତ ହେବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି l ମାର୍ଚ୍ଚ ୨୦୦୬ ରେ ମଙ୍ଗଳ ଗ୍ରହର କକ୍ଷ ପଥରେ ମାର୍ସ ରିକନସିସେନ୍ସ କୁ ସକ୍ରିୟ କରାଯାଇ ଥିଲା l ଏବଂ ନିରନ୍ତର ମଙ୍ଗଳ ଗ୍ରହର ସମ୍ବାଦ ବୈଜ୍ଞାନିକ ଙ୍କ ନିକଟରେ ପହଂଚି ପାରୁଥିଲା l ପୃଥିବୀ ନିକଟରୁ ମଂଗଳଗ୍ରହ ର ନ୍ୟୁନତମ ଦୂରତା ୫.୬ କିଲୋମିଟର, ଯାହାକି ୨୨ କୋଟି କିଲୋମିଟର ଦୂରତା ଅଟେ l

Leave A Reply