Odisha news

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାରେ ଭାରି ଯାନ : ରାସ୍ତାର ଅବସ୍ଥା ଦୟନୀୟ।

0

ନର୍ଲା (ଦୀପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲା ନର୍ଲା ପିଡବ୍ଳୁଡି ରାସ୍ତା ଠାରୁ ଜୁର୍କାଭଟ୍ଟା ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ରାସ୍ତା ଏବେ ମରଣଯନ୍ତା ପାଲଟିଛି।ଗତ  ୨୦୧୪/୧୫ ବର୍ଷରେ ନିର୍ମାଣଧିନ ଏହି ସଡକଟି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇ ରାସ୍ତା ନିର୍ମାଣ ହୋଇଥିଲା।

ତେବେ ୫ ବର୍ଷ ତତ୍ବାବଧାନରେ ଏହି ରାସ୍ତାରେ କୈ।ଣସି ମରାମତି କରାଯାଇ ନଥିବାରୁ ରାସ୍ତାର ଅବସ୍ଥା ଦୟନୀୟ ଥିଲା। ଏବେ ପୁଣି ରେଳପଥ  କାମ ପାଇଁ ଏହି ରାସ୍ତା ଦେଇ ଲୋଡିଙ୍ଗ  ହାଇୱ। ଭାରି ଯାନ ଚଳାଚଳ କରୁଥିବାରୁ ରାସ୍ତା ଉପରୁ ପିଚୁ ଉଠି ମୋରମ ରାସ୍ତାରେ ପରିଣତ ହୋଇ ଖାଳଖମାରେ ଭର୍ତ୍ତି ହେଲାଣି। ରାସ୍ତାର ତତ୍ବାବଧାରକ ତାରିଖ ୪ ଫେବୃଆରୀ ୨୦୨୦ ସୂଚନା ଫଳକରେ ଉଲ୍ଲେଖ ଥିବା ସତ୍ବେ ଠିକାଦାର କିମ୍ବା ବିଭାଗୀୟ ଅଣଦେଖା ଯୋଗୁଁ ରାସ୍ତାର ଅବସ୍ଥା ଦୟନୀୟ ହୋଇଥିବା ଜନସାଧାରଣରେ ଦାବି ହେଉଛି।

Leave A Reply