Odisha news

ତୁଳାପଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

0

ନର୍ଲା (ଦୀପକ କୁମାର ଠାକୁର):ଏହି ବ୍ଲକ ଅଧିନସ୍ଥ ତୁଳାପଡାଠାରେ ପୁରାତନ ଜଗନ୍ନାଥ ମନ୍ଦିରକୁ ଭାଙ୍ଗି ଗଢା ଯାଇଛି ନୂତନ ଜଗନ୍ନାଥ ମନ୍ଦିର । ଏହି ମନ୍ଦିର ନିର୍ମାଣ ରେ ଅଞ୍ଚଳର ସମସ୍ତ ଜନ ସାଧାରଣଙ୍କ ସହଯୋଗ ରହିଛି । ତେବେ ୨୦୦୨ ରୁ ନିର୍ମାଣାଧୀନ ଥିବା ଏହି ମନ୍ଦିର ର କାର୍ଯ୍ୟ ଚଳିତ ମାସରେ ଶେଷ ହେବା ପରେ ଗତ ୧୫ ତାରିଖରୁ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ଗତ କାଲି କଳସଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପ୍ରଥମ ଦିନରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଉତ୍ସବରେ ପ୍ରହରୀ ସମେତ,ବିଭିନ୍ନ ରକମର ମନୋରଞ୍ଜନ କାର୍ଯ୍ୟକ୍ରମ ରଖା ଯାଇଛି । ଆସନ୍ତା ୨୪ ତାରିଖରେ ଏହାର ପୂର୍ଣ୍ଣାହୁତି ହେବ । କର୍ତ୍ତା ଭାବରେ ନିର୍ମଳ ନାୟକ ସପତ୍ନୀକ ରହିଥିବା ବେଳେ ଆଚାର୍ଯ୍ୟ କର୍ମ କରୁଛନ୍ତି ଲକ୍ଷ୍ମଣ ଷଡ଼ଙ୍ଗୀ । ସାରଙ୍ଗଧର ଷଡ଼ଙ୍ଗୀ, ନାରାୟଣ ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କଳ୍ପତରୁ ପାଢୀ,ଆଶୁତୋଷ ଷଡ଼ଙ୍ଗୀ, ଆଶୁତୋଷ ପାଢୀ,ରବିନ୍ଦ୍ର ଷଡ଼ଙ୍ଗୀ, ମୁନ୍ନା ପାଢୀ,ଶିବ ପ୍ରସାଦ ତ୍ରିପାଠୀ ଆଦି ପୁରୋହିତ କର୍ମ କରୁଥିବା ଜଣାପଡିଛି । ଆସନ୍ତା ୨୦ ତାରିଖରେ ମହାପ୍ରଭୂ ନୂତନ ମନ୍ଦିରରେ ପ୍ରବେଶ କରିବେ । ପ୍ରତ୍ୟେକ ଦିନ ପାଇଁ ଭକ୍ତଙ୍କୁ ଅଭଡା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଦ୍ରୋଣ ନାୟକ,ନେତ୍ରାନନ୍ଦ ନାୟକ,ରାଧାକାନ୍ତ ସାହୁ,ସନକ ସାହୁ,ଡମ୍ବରୁଧର ନାୟକ,ଯାଦବ ପଧାନ,ମାୟାଧର ପଧାନ ଓ ଅନ୍ୟମାନେ ଏହାର ଦାୟିତ୍ବ ନିର୍ବାହ କରୁଛନ୍ତିି।

Leave A Reply