ନର୍ଲା (ଦୀପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଗ୍ରସ୍ତ କରି ରାଜ୍ୟସଭା ସାଂସଦ ସୁଜିତ କୁମାର ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ନର୍ଲା ଠାରେ ଦୀର୍ଘ ଦିନରୁ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ସକାଶେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ସତ୍ତ୍ବେ ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ପାଇଁ ନର୍ଲା ବାସିନ୍ଦା ଦାବି କରିଥିଲେ। ନର୍ଲାରୋଡ ଠାରେ ବିଭିନ୍ନ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ନର୍ଲା ଯାତ୍ରୀ ସୁରକ୍ଷା ମଞ୍ଚ ତରଫରୁ ସଭାପତି ଜହରଲାଲ ବିଶ୍ଵାଳଙ୍କ ନେତୃତ୍ୱରେ ଏକ ଦାବି ପତ୍ର ସାଂସଦଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ନର୍ଲା ସେବାକାରୀ କିନ୍ନର ସଂଘ ପକ୍ଷରୁ ସାଂସଦ ଶ୍ରୀ କୁମାରଙ୍କୁ ସ୍ଵାଗତ କରାଯାଇ ଏକ କମ୍ୟୁନିଟି ହଲ ନିର୍ମାଣ ସହ କିନ୍ନର ମାନଙ୍କୁ ଘରଡିହ ପଟ୍ଟା ପ୍ରଦାନ ପାଇଁ କାମିନୀ କିନ୍ନର ଦାବି କରିଥିଲେ। ସାଂସଦଙ୍କ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ଉପ ସଭାପତି ଚିତ୍ତରଞ୍ଜନ ମଣ୍ତଳ, ଜିଲ୍ଲା ବିଜେଡ଼ି ଯୁବ ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ବିଜେଡି ଛାତ୍ର ଉପ ସଭାପତି ମଣ୍ଟୁ ନାଏକ,ଦୀଲ୍ଲିପ କୁମାର ନାଏକ, କୈାତୁକ ଖମାରୀ, ନିର୍ମଳ ଦୀପ, କୁମୁଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.