ନର୍ଲା- (ଦୀପକ କୁମାର ଠାକୁର ) ବିଭିନ୍ନ ସମୟରେ ବିଭିନ୍ନ ରୋଗୀକୁ ଉଲ୍ଲୁ ରିପୋର୍ଟ ଦେଇ ଚର୍ଚା ରେ ଥିବା ଜନସେବା ଏସ କୁମାର ପେଥୋଲୋଜି ବର୍ତମାନ ଜଣେ ବିବାହିତ ମହିଳାଙ୍କୁ ଭୁଲ ରିପୋର୍ଟ ଦେଇ ଅଯଥା ଖର୍ଚାନ୍ତ କରାଇ ପୁଣି ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ନର୍ଲାବ୍ଲକ ଅନ୍ତର୍ଗତ ମ।ଣ୍ଡେଲ ଗ୍ରାମର ଥବିର ସାହୁ ଙ୍କ ସ୍ତ୍ରୀ ସୌଦାମିନୀ ସାହୁ ଗତ ୧୮ ତାରିଖ ଦିନ ବାନ୍ତି ଓ ମୁଣ୍ଡ ବ୍ୟଥା ହେବାରୁ ନର୍ଲା ଡାକ୍ତର ଖାନାକୁ ଆସି ଚିକିସା କରାଇଥିଲେ । ଚିକିସା କରୁଥିବା ଡାକ୍ତରାଣୀ ତାଙ୍କ ଅବସ୍ଥା ଦେଖି ଡାକ୍ତରଖାନାରେ କୀଟ ନ ଥିବା ଦର୍ଶାଇ ବାହାରୁ ଟେଷ୍ଟ କରିବା ପାଇଁ କହିଥିଲେ ।
ତେଣେ ଚିକିସା ହୋଇ ଥିବା ଶ୍ରୀମତୀ ସାହୁ ସାମ୍ନାରେ ଥିବା ଏକ ଘରୋଇ କ୍ଲିନିକ (ଏସ କୁମାର ଡାଇଗ୍ଣୋଷ୍ଟିକ ) କୁ ଯାଇ ଥାଇରୋଇଡ ଓ ପ୍ରେଗନେସି ଟେଷ୍ଟ କରାଇଥିଲେ । ରିପୋର୍ଟ ରେ ପ୍ରେଗନେନସି ପୋଜିଟିଭ ବାହାରିବାରୁ ଶ୍ରୀମତୀ ସାହୁ ଆଶ୍ଚର୍ୟ୍ୟ ଜନକ ଅବସ୍ଥାରେ ଡାକ୍ତରାଣୀ ଙ୍କୁ ସାକ୍ଷାତ କରିବା ସହ ପୂର୍ବରୁ କପର୍ଟି ବ୍ୟବହାର କରୁଥିବା କଥା ଜଣାଇଥିଲେ । ଡାକ୍ତରାଣୀ ମଧ୍ୟ ଚକିତ ହୋଇ କପର୍ଟି ଉତ୍ତ।ରୀ ଦେବା ପାଇଁ ନିର୍ଦେଶ ଦେଇ ଭବାନୀପାଟଣ। ସଦର ଡାକ୍ତର ଖାନାକୁ ଯିବା ପାଇଁ ଉପଦେଶ ଦେଇଥିଲେ । ତେଣେ ବିଚଳିତ ହୋଇ ଶ୍ରୀମତୀ ସାହୁ ଉପରିସ୍ଥ ଡାକ୍ତରଖାନା ରେ ତାଙ୍କର ଚିକିସା କରାଇଥିବା ସହ କିଟ ମାଧ୍ୟମ ରେ ଟେଷ୍ଟିଙ୍ଗ ଓ ଉଲଟ୍ରାସାଉଣ୍ଡ କରାଇଥିଲେ । କିନ୍ତୁ ରିପୋର୍ଟ ରେ ନେଗେଟିଭ ବାହାରିଥିଲା ।
ଯାହାକି ଶ୍ରୀମତୀ ସାହୁଙ୍କୁ ଆଶ୍ଵସ୍ତି ମିଳିଥିଲା । ଏଠାରେ ପ୍ରଶ୍ନ ଉଠେ ଯେ ଗରିବ ଖଟିଖିଆ,ଦିନମଜୁରିଆ ମାନଙ୍କୁ ଏପରି ଘରୋଇ କ୍ଲିନିକମାନେ ଶୋଷଣ କରିବା ସହ ଭୁଲ ତଥ୍ୟ ଦେଇ ଅଯଥା ଖର୍ଚାନ୍ତ କରୁଥିବା କ୍ଲିନିକ ପ୍ରତି ଦୃଢ କାର୍ୟ୍ୟ।ନୁଷ୍ଟ।ନ ଗ୍ରହଣ କରିବା କଥା ବୋଲି ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି ।
ପ୍ରକାଶ ଥାଉକିଯେ ଏହି ଘରୋଇ କ୍ଲିନିକ (ଏସ କୁମାର ଡାଇଗ୍ଣୋଷ୍ଟିକ ) ପୂର୍ବରୁ ଜଣେ ରେଖପୁର ଗ୍ରାମର ୪୦ ବର୍ଷ ବ୍ୟକ୍ତି ଙ୍କୁ ସିକଲିନ (ଜନ୍ମରୁ ଥିଲା ) ଥିବା ସତ୍ୱେ ତାଙ୍କୁ ନେଗେଟିଭ ରିପୋର୍ଟ ଦର୍ଶାଇ ଚକିତ କରାଇ ଚର୍ଚା କୁ ଆସିଥିଲେ । ନିମ୍ନ ମାନର କିଟ ସହ ଅଭିଜ୍ଞ ନ ଥିବା ବ୍ୟକ୍ତି ତଥା ଜନସାଧାରଣ ଙ୍କ ଜୀବନ ପ୍ରତି ଖେଳୁଥିବା ଏହି କ୍ଲିନିକ କୁ ତୁରନ୍ତ ହଟାଇ ବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଅନୁସନ୍ଧାନ ରୁ ଜଣାଯାଏ ଯେ ଜନସେବା ଏସ କୁମାର ଡାଇଗ୍ଣୋଷ୍ଟିକ ପ୍ରୋପାଇଟର ସନ୍ତୋଷ କୁମାର ନନ୍ଦ ଙ୍କ କୌଣସି କାଗଜ ପତ୍ର ଠିକ ନ ଥିବା ରୁ ଆଜି ପର୍ୟ୍ୟନ୍ତ ପାଥୋଲୋଜି ର ନବୀକରଣ ନ ହେବ। ବେସ ଆହୁରି ସନ୍ଦେହ କୁ ଟାଣି ଆଣିଛି ।
Comments are closed.