ନର୍ଲା – ( ଦୀପକ କୁମାର ଠାକୁର ) ଇନ୍ଦିରା ଆବାସ ଗୃହ ଟଙ୍କା ତଦାରକ କରିବା ପାଇଁ ଆସିଥିବା ଜଣେ ବିଧବା ମହିଳା ର କୋସିସ ବ୍ୟାଙ୍କ ନାମକ ଏକ (ଷ୍ଟେଟ ବ୍ୟାଙ୍କ ଶାଖା ) ଉକ୍ତ ମହିଳାଙ୍କ ପାସବୁକରୁ ୧୦ ହଜାର ଟଙ୍କା ଉଠାଇ ପୁଣି କିଛିଦିନ ପରେ ଟଙ୍କା ଫେରସ୍ତ କରିବା ଟଙ୍କା ଅଞ୍ଚଳରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅନୁସନ୍ଧାନ ରୁ ଜଣାଯାଏ ଯେ ନର୍ଲାବ୍ଲକ ଅନ୍ତର୍ଗତ ଭ।ନପୁର ପଞ୍ଚାୟତ ନିକଟସ୍ଥ କମେଗାଁ ଗ୍ରାମର ବିଧବା ମହିଳା ଗୁଞ୍ଜ ମାଝି କିଛି ଦିନ ପୂର୍ବରୁ ଏକ ଇନ୍ଦିରାଆବାସ ଗୃହ ପାଇଥିଲେ । ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ତଦାରକ କରିବା ପାଇଁ ବାଲିପଡା କୋସିସ ବ୍ୟାଙ୍କ ନାମକ ଏକ ଷ୍ଟେଟ ବ୍ୟାଙ୍କ ଶାଖା କୁ ଯାଇଥିଲେ ।
କୋସିସ ବ୍ୟାଙ୍କର ପ୍ରୋପାଇଟର ମାନସ ସାହୁ ପାସବୁକ ତଦାରଖ କରି ନିରୀହ ମହିଳାଙ୍କୁ ଟଙ୍କା ପଡିନାହି ବୋଲି ଦର୍ଶାଇ ପାସବୁକକୁ ନିଜ ପାଖରେ ରଖି ଉକ୍ତ ମହିଳା ଙ୍କୁ ଘରକୁ ପଠାଇ ଦେଇଥିଲେ ।ଏହାର ସୁଯୋଗ ନେଇ ଶ୍ରୀ ସାହୁ ମହିଳାଙ୍କ ପାସବୁକରୁ ୧୦ ହଜାର ଟଙ୍କା ଉଠାଇ ହଡପ କରିଥିଲେ । ଉକ୍ତ ବିଧବା ମହିଳା ଙ୍କ ଘର ତିଆରି କରୁଥିବା ଠିକାଦାରଙ୍କୁ ଟଙ୍କା ପଡିନଥିବା ଜଣାଇ ଥିଲେ। ଠିକାଦାର ଭବାନୀ ସାହୁ ତୁରନ୍ତ ନର୍ଲା ମୁଖ୍ୟ ଷ୍ଟେଟବ୍ୟାଙ୍କକୁ ଆସି ବୁଝିବା ସହ ମିନି ଷ୍ଟେଟମେଣ୍ଟ କାଢି ଦେଖିଲ।ବେଳକୁ ଉକ୍ତ ପାସ ବୁକ ରେ ୨୦ ହଜାର ଟଙ୍କା ପଡିଛି ଅଥଚ ୧୦ ହଜାର ଟଙ୍କା ଉଠାଇ ଥିବା ଜଣାପଡିଥିଲା ।ପରେ କୋସିସ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇଥିବା ବାବଦରେ ବୁଝିବାରୁ ୧୦ ହଜାର ଟଙ୍କା ଉଠାଇ ଥିବା ମାନସ ସାହୁ ସ୍ଵୀକାର କରିବା ସହ ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ ।
ପ୍ରକାଶ ଥାଉକି ଯେ ପୂର୍ବରୁ ମଧ୍ୟ କନକପୁର ଗ୍ରାମର ଜଣେ ମହିଳାଙ୍କ ଟଙ୍କା ଉଠାଇ ଶ୍ରୀ ସାହୁ ହଟହଟ୍ଟ। ହୋଇ ଥିବା ବେଳେ କୋସିସ ବ୍ୟାଙ୍କ କେନ୍ଦ୍ର କୁ ନିରୀହ ଗରିବ ମହିଳା ମାନେ ପାସ ବୁକ ତଦାରଖ ଓ ଟଙ୍କା ଉଠାଇବା ପାଇଁ ଆସୁଥିବାବେଳେ ଏହି ସବୁ ଘଟଣା ଘଟୁଥିବା ବେଳେ ଲୋକେ କୋସିସ ବ୍ୟାଙ୍କ ସଖା ସହ ଷ୍ଟେଟ ବ୍ୟାଙ୍କ ଉପରେ ଦିନକୁ ଦିନ ଭରସା ଉଠିବ।ରେ ଲାଗିଲାଣି । ଷ୍ଟେଟ ବ୍ୟାଙ୍କ ପ୍ରତ୍ୟେକ ପଞ୍ଚାୟତ ରେ ଶାଖା ଗୁଡିକ ଖୋଲି ହଟହଟ୍ଟ। ହେବ ଘଟଣା ସାରା ଜିଲ୍ଲା ରେ ଚର୍ଚା ଜୋର ଧରିଛି । ଏଥିପ୍ରତି ତୁରନ୍ତ ଦ୍ରୁଷ୍ଟି ଦେଇ ଲୋଭ ପ୍ରକୃତି ଶାଖା ପରିଚାଳକ ମାନଙ୍କୁ ଠାବ କରି ତୁରନ୍ତ କାର୍ୟ୍ୟ।ନୁଷ୍ଟ।ନ ଗ୍ରହଣ କରିବାକୁ ବୁଦ୍ଧି ଜୀବି ମହଲରେ ଦାବି ହେଉଛି ।
Comments are closed.