ବିଞ୍ଝାରପୁର,୮ା୧ : ଉତ୍କଳୀୟ ପରମ୍ପରାରେ ଗୁରୁ ପରମ୍ପରା ହେଉଛି ସର୍ବଶ୍ରେଷ୍ଠ ପରମ୍ପରା l ତେଣୁ ଗୁରୁଙ୍କୁ କୁହାଯାଏ ବ୍ରହ୍ମା , ବିଷ୍ଣୁ , ମହେଶ୍ୱର l ତ୍ରିତାପ ଦଗ୍ଧ ଜୀବକୁ ଯିଏ ମୁକ୍ତିର ପଥ ଦେଖlନ୍ତି ସେ ହେଉଛନ୍ତି ଗୁରୁ l ଏମିତି ମହାନ ସନ୍ଥ ଶିରୋମଣି ବାବା ବୈକୁଣ୍ଠନାଥ ବିଶ୍ଵର କଲ୍ୟାଣ ପାଇଁ ସତ୍ୟସେବା ମଣ୍ଡଳ ଗଢିଥିଲେ l ସେଥିପାଇଁ ନିର୍ଜନ ପବିତ୍ର ଯଲୌକା ପାହାଡ଼ରେ ସାଧନା କରି ସେଥିରୁ ଯେଉଁ ଦିବ୍ୟ ଶକ୍ତି ପାଇଥିଲେ ବିଶ୍ଵର କଲ୍ୟାଣ ପାଇଁ ବିନିଯୋଗ କରିଥଲେ ବାବା l ଆଜି ସେଇ ମଣ୍ଡଳ ଗାଆଁ ଗାଁରେ ସମସ୍ତ ଆଶ୍ରିତ ମାନଙ୍କ ଘରେ ସତସଙ୍ଗ କରୁଛନ୍ତି l ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକର ରଣପୁର ପଂଚାୟତର ନରଣପୁର ଗାଁର ନୃସିଂହ ଭବନ ଠାରେ ନିର୍ମଳ ଧଳ ତତ୍ତ୍ଵାବଧାନରେ ସତ୍ ସଙ୍ଗ ଆରମ୍ଭ ହୋଇଯାଇଛି l ଏହି ଧର୍ମସଭାରେ ଆଶ୍ରମର ମୁଖ୍ୟ ବାବାଜୀ ଚେତନାନନ୍ଦ ଦାସ, ବାବାଜୀ ବଳକାନନ୍ଦ ଦାସ, ବାବାଜୀ ସତ୍ୟାନନ୍ଦ ଦାସ୍ ଏବଂ ବାବାଜୀ ଅମୃତାନନ୍ଦ ଦାସ ଉପସ୍ଥିତ ରହିବ ସମସ୍ତ ଗୁରୁ ଭାଈ ମାନଙ୍କୁ ଧର୍ମ ବାଣୀ ସହିତ ଗୁରୁଙ୍କର କଥା ହରିକଥା ପ୍ରବଚନ ମଧ୍ୟମରେ ଶୁଣାଇଥିଲେ l ବାବା ବୈକୁଣ୍ଠ ନାଥଙ୍କ ସ୍ବରଚିତ ଭଜନ ଗାଇବା ସହିତ ନାମ ସଙ୍କୀର୍ତ୍ତନ କରି ସତ୍ ସଙ୍ଗ କୁ ଉଜlପାନି କରିଥଲେ l