Odisha news

ନନ୍ଦନକାନନରେ ପ୍ରାଣୀ ମଡକ୍

0

ବାରଙ୍ଗ :  ନନ୍ଦନକାନନ ରେ ପୁଣି ଦେଖାଦେଲାଣି ଜନ୍ତୁ ମଡକ । ଦିନ କୁ ଦିନ ଗୋଟିଏ ପରେ ଗୋଟିଏ ବିରଳ ଜନ୍ତୁ ଆଖିବୁଜୁଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କର୍ତ୍ତୃପକ୍ଷ ।  ରକ୍ଷାଣ ବେକ୍ଷଣ ଅଭାବ ନା ରୋଗ ଚିହ୍ନିବାରେ ବିଫଳ ହେଉଛନ୍ତି ପଶୁ ଚିକିତ୍ସକ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଯୋଗ୍ୟ ଯେ , ଉଦ୍ୟାନ ର କ୍ୟାରେଟାଇନି ରେ ରହୁଥିବା ବନେଟ ମାଙ୍କଡ ର ଶନିବାର ଦିନ ମୃତ୍ୟୁ ହୋଇଥିବା ବେଳେ ହଗ୍ ଡିୟର, ସମ୍ବର ମଧ୍ୟ ଆଖିବୁଜିଥିଲେ  । ଏମାନଙ୍କ ମୃତ୍ୟୁ କୁ 4 ଦିନ ନା ପୁରୁନୁ ବୁଧବାର ପୁଣି ଗୋଟିଏ ମାଇ ସିଲଭର ଫିଜାଟ ମୃତ୍ୟୁ ହୋଇଛି । ମୃତ୍ୟୁ ର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ବ୍ୟବଚ୍ଛଦ ରିପୋର୍ଟ ଆସିଲେ ଜଣାପଡିବ ବୋଲି ସୂଚନା ମିଳିଛି । ଏହି ଫିଜାଟ ର ମୃତ୍ୟୁ ପରେ ଏମାନଙ୍କ ସଂଖ୍ୟା ପ୍ରାଣୀ ଉଦ୍ୟାନ ରେ ହ୍ରାସ ପାଇଛି ।

Leave A Reply