ବାରଙ୍ଗ : ପ୍ରାଣିଉଦ୍ୟାନ ନନ୍ଦନକାନନରେ ଗୁରୁବାରଦିନ ଜଙ୍ଗଲବିଭାଗ ସଚିବ ମୋନାଶର୍ମା ନନ୍ଦନକାନନର ବିଭିର୍ଣ ଉନ୍ନୟନମୁଳକ କାର୍ଯ୍ୟର ସମିକ୍ଷା କରି ଫେରିଛନ୍ତି । ଶର୍ମା ଗୁରୁବାରଦିନ ନନ୍ଦନକାନନରେ ପ୍ରାୟ ଅଢେଇଘଂଟା କାଳ ରହିଥିଲେ । ଏହି ସମୟଭିତରେ ପରିସରରେ ହେଉଥିବା ବିଦୁ୍ୟତ କାମ,ଜଳନିଷ୍କାସନବ୍ୟବସ୍ଥା, ମଲ୍ଟିଷ୍ଟୋରେଜ ପାର୍କିଂ,ବଟାନିକାର୍ଲଗାର୍ଡେନକୁ ନୁଆ ସଂଯୋଗିକରଣ ରାସ୍ତାକୁ ନେଇ ମୁଖ୍ୟତ ସମିକ୍ଷା କରିଥିଲେ ।
ଲଗାଣବର୍ଷାରେ ବଟାନିକାର୍ଲଗାର୍ଡେନ ରାସ୍ତା ସହ ନନ୍ଦନକାନନର କେତକ ଖାଲ ଅଂଚଳ ଜଳାର୍ଣବ ହେଉଛି ।ଏହାର ବିକଳ୍ପ ସ୍ୱରୁପ ନନ୍ଦନକାନନ ଜାଗାରେ ଏହି ବର୍ଷାପାଣିକୁ ନେଇ ବୁଡୁନଇରେ କିପରି ନିସ୍କାସନ କରାଯାଇପାରିବା ଉପରେ ଆଲୋଚନା କରିଥିଲେ ।ଏହାପରେ ବଟାନିକାର୍ଲଗାର୍ଡେନ ମୁଖ୍ୟଫାଟକ କୁ ନନ୍ଦନକାନନ-ବାରଙ୍ଗ ମୁଖ୍ୟରାସ୍ତାରୁ ଏକ ସଂଯୋଗୀକରିଣ ରାସ୍ତା ପାଈଁ ବେସରକାରୀ ଜମିମାଲିକମାନଙ୍କଠାରୁ କମିକିଣିବା ବିଷୟରେ ଆଲୋଚନା କରିଥିଲେ ।
ଏହାପରେ ନନ୍ଦନକାନନ ପକ୍ଷରୁ କରାଯାଉଥିବା ମଲ୍ଟି ଷ୍ଟୋରେଜ୍ ପାର୍କିଂ କାର୍ଯ୍ୟର ତଦାରଖ କରିବା ସହ ବସଷ୍ଟାଣ୍ଡରୁ ପାର୍କିଂ ପଟକୁ ହେବାକୁ ଥିବା ଭୁତଳରାସ୍ତା ବିଷୟରେ ବୁଝିଥିଲେ ।ପରେ ୧ଘଂଟାକାଳ ଆୟୋଜିତ ସମିକ୍ଷା ବୈ÷ଠକରେ ବିଭିର୍ଣ ବିଭାଗର ଆସିଥିବା ପଦାଧିକାରୀମାନଙ୍କ ସହ ନିଷ୍ପତିମୁତାବକ କାର୍ଯ୍ୟର ଅଗ୍ରଗତି ଉପରେ ଆଲୋଚନା କରିଥିବାର ଜଣାପଡିଛି ।ଏଥିରେ ନନଦନକାନନ ନିଦେ୍ର୍ଦଶକ ଶଶିପଲ୍,ଉପନିଦେ୍ର୍ଦଶକ ବିମଳପ୍ରଶନ୍ନଆଚାର୍ଯ୍ୟ, ସହକାରୀନିଦେ୍ର୍ଦଶକ ଅମୁଲ୍ୟକୁମାରପରିଡାଙ୍କ ସମେତ ନନ୍ଦନକାନନ ପଦାଧିକାରୀମାନେ ଉପସ୍ଥିତ ଥିଲେ ।