ନାଲକୋନଗର: କରୋନା ଭାଇରସକୁ ନେଇ ଅନୁଗୁଳ ପରିବହନ କାର୍ଯ୍ୟାଳୟ ତାଲା ପକା ଯାଇଥିବାରୁ ଶହ ଶହ ସାଧାରଣ ଲୋକ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, କର୍ମଚାରୀ ମାନେ ଅଫିସ ମଧ୍ୟରେ ମାସ୍କ ପିନ୍ଧି ଏ.ସି ରୁମରେ ବସି ଗପସପ କରୁଥିବା ଦେଖିବାକୁ ମିଳିଥିଲା ।
ଏ ପଟେ ବିଭିନ୍ନ କାମ ପାଇଁ ଦୂର ଦୂରାନ୍ତରୁ ଲୋକ ମାନେ ଆସି ୪୦ ଡିଗ୍ରୀ ଖରାରେ ବାହାରେ ଠିଆ ହୋଇ ଅପେକ୍ଷା କରକିଥିଲେ । ଏପରିକି ଡ୍ରାଇଭିଂ ଲାଇସେନ୍ସ ପାଇଁ ପରୀକ୍ଷା ଦେବାପାଇଁ ଆସିଥିବା ଲୋକମାନେ ସକାଳ ୮ ଘଟିଂକା ଠାରୁ ଲାଇନ ଲଗାଇ ଠିଆହୋଇ ରହିଥିଲେ ମଧ୍ୟ ଅଫିସ ଭିତର ପଟୁ ତାଲା ପକାଇ ଦିଆଯାଇଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ଘୋର ଉତେଜନା ପ୍ରକାଶ ପାଇବା ସହ ଲୋକ ମାନେ ହୋ ହଲ୍ଲା କରୁଥିଲେ । ଏହି ବିଷୟରେ ଏଆରଟିଓଙ୍କୁ ପଚାରିବାରୁ କହିଥିଲେ ଯେ ଆରଟିଓ ନାହାଁନ୍ତି । ମୁଁ କିଛି କହିପାରିବି ନାହିଁ ।
ଏ ପଟେ ଗାଡି କାଗଜପତ୍ର ପାଇଁ ପୁଲିସ ଗାଡି ଚାଳକ ମାନଙ୍କୁ ମୋଟା ଅଙ୍କରେ ଫାଇନ କାଟୁଥିବା ବେଳେ ସେ ପଟେ ପରିବହନ କାର୍ଯ୍ୟାଳୟରେ କରୋନା ଭୟରେ ଅଫିସର କୋ÷ଣସି କାର୍ଯ୍ୟ କରାଯାଉନଥିବାରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।