ତାରା ସୁତାରିଆ ଅପ୍କମିଙ୍ଗ୍ ଫିଲ୍ମ ଏକ୍ ଭିଲେନ୍-୨ରେ ଅଭିନୟ ସହିତ ଗୀତ ଗାଉଥିବା ନଜରକୁ ଆସିବେ । ତାରା ଜଣେ ଭଲ ଗାୟିକା । ଡାଇରେକଫର ତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିବାରୁ ସେ ବେଶ୍ ଉତ୍ସାହିତ ବୋଲି କହିଛନ୍ତି । କରୋନା ପ୍ରଭାବ ବିଷୟରେ ତାରା କହିଛନ୍ତି, ମୁଁ ଇଣ୍ଡଷ୍ଟ୍ରୀରେ ନୂଆ । ସେଥିପାଇଁ ଏହାର ପ୍ରଭାବକୁ ନେଇ ଲୋକେ ଯାହା କହୁଛନ୍ତି ସେ ବିଷୟରେ ଜାଣିନି । ମୁଁ ଏ ବିଷୟରେ କଥା ହେବାକୁ ଚାହୁଁନି । ଆମ ଫିଲ୍ମଇଣ୍ଡଷ୍ଟ୍ରୀ ମଜଭୁତ ଓ ସଶକ୍ତ । ମୋତେ ଲାଗୁଛି ଆମେ ଏକ ଧମାକା ସହିତ ପୁଣି ଏଣ୍ଟ୍ରି କରିବୁ । ଏକ୍ ଭିଲେନ୍-୨ରେ ତାରାଙ୍କ
ସହିତ ଜନ୍ ଅବ୍ରାହମ୍, ଆଦିତ୍ୟ ରୟ କପୁର ଓ ଦିଶା ପାଟନୀ ନଜରକୁ ଆସିବେ । ୨୦୨୧ ଜାନୁୟାରୀ ୮ରେ ଏହି ଫିଲ୍ମ ରିଲିଜ୍ ହେବାକୁ ଥିବାବେଳେ କରୋନା ଯୋଗୁ ଡେଟ୍ ଘୁଞ୍ଚିପାରେ । ଏହା ବ୍ୟତୀତ ତାରା ମିଲନ ଲୁଥାରିୟାଙ୍କ ‘ତଡ଼ପ’ରେ ନଜର ଆସିବେ । ଏହା ତେଲୁଗୁ ଫିଲ୍ମ ‘ଆର୍ଏକ୍ସ୧୦୦’ର ରିମେକ୍ ।
Next Post