Odisha news

କରୋନା ପାଇଁ ସାପ୍ତାହିକ ହାଟ ଶୁନଶାନ୍- ଆଳୁ- ପିଆଜ କଳାବଜାରୀ

0

ବଅଁରପାଳ: ଭୟଙ୍କର କରୋନା ପାଇଁ ଜିଲ୍ଲା ପ୍ରାାସନ ନେଇଥିବା ପ୍ରତିଷେଧକ ମୂଳକ ବ୍ୟବସ୍ଥା ପାଇଁ ବଅଁରପାଳ ଠାରେ ଅନୁଷ୍ଠିତ ସାପ୍ତାହିକ ହାଟ କୁ ଜିଲ୍ଲା ପ୍ରଶାସନ ତରଫରୁ ବନ୍ଦ କରିଥିବା ଯାଇଥିଲେ । ଫଳରେ ଏହି ହାଟ ଉପରେ ନିର୍ଭର କରୁଥିବା ୧୦୦ ଖଣ୍ଡ ଗ୍ରାମର ଶହ ଶହ ଖାଉଟି ହାଟକୁ ଆସି ନିରାଶ ହୋଇ ଫେରିଯାଇଥିଲେ । ଖାଉଟି ମାନେ ଏହି ହାଟରେ ପରିବାର ପାଇଁ ୭ଦିନ ପାଇଁ ପନି ପରିବା ଡାଲି ଚାଉଳ କିଣିଥାନ୍ତି । ସକାଳୁ ଥାନା ଅଧକାରୀ ସୁନିଲ କର ପ୍ରଶାସନ ତରଫରୁ ୧୪୪ ଧାରା ଜାରି ଘୋଷଣା କରିଥିଲେ ।

ଫଳରେ ହାଟକୁ ଆସିଥିବା ବେପାରୀ, ଖାଉଟି ମାନେ ଫେରିଯାଇଥିଲେ । କରୋନା ଭୟର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଆଳୁ ପିଆଜ କଳାବଜାରୀ କରୁଥିବା ଦେଖା ଯାଇଥିଲା । ବେପାରୀ ମାନେ ହାଟରୁ ଫେରି ଆସି ଜାତୀୟ ୫୫ ନମ୍ବର ରାଜପଥ ନିକଟରେ ବସି ଖୋଲମ ଖୋଲା ଆଳୁ ପିଆଜ କଳାବଜାରୀ କରିଥିଲେ । ଏ ନେଇ ବଅଁରପାଳ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଯୋଗାଣ ଅଧିକାରୀ କଳାବଜାରୀ ସ୍ଥାନକୁ ଆସିଥିଲେ । ଏ ନେଇ ଜନସାଧାରଣ,ଖାଉଟି ମାନଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଛି । ଜିଲ୍ଲାପାଳ ଶିଘ୍ର ପଦକ୍ଷେପ ନେବାକୁ ଜନସାଧାରଣ ଦାବୀ କରିଛନ୍ତି ।

Leave A Reply