ଭୁବନେଶ୍ୱର: ଆମ୍ବେଦକର କେବଳ ଏକ ନାମ ନୁହେଁ, ଏହାଏକ ବିଚାରଧାରା, ଯାହା ସମାନତାର ପଥ ପ୍ରଦର୍ଶନ କରେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଭାରତରତ୍ନ ବାବା ସାହେବ ଡ ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ କହିଛନ୍ତି। ଏହି ଅବସରରେ ଭୁବନେଶ୍ୱର ଖାରବେଳ ନଗର ଠାରେ ଆମ୍ବେଦକର ଭବନ ନିର୍ମାଣ ହେବ ଏବଂ ସାଧାରଣ ପ୍ରଶାସନ ବିଭାଗକୁ ଏହାର ଡିପିଆର ପ୍ରସ୍ତୁତ କରିବାକୁ ମଧ୍ଯ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀମାଝୀ କହିଛନ୍ତି।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦାୟିତ୍ୱ ନେବା ପରେ ଆମ୍ବେଦକରଙ୍କ କୀର୍ତ୍ତି ଓ ସମ୍ମାନକୁ ପୁନଃପ୍ରତିଷ୍ଠା କରାଯାଇଛି । ମୋଦୀଜୀ ଡ. ବାବା ସହେବଙ୍କ ଜୀବନୀ ସହିତ ଜଡିତ ୫ଟି ସ୍ଥାନକୁ ବିକଶିତ କରି ପଞ୍ଚତୀର୍ଥ ଭାବେ ନାମକରଣ କରିଛନ୍ତି ।
ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ବିଭୁପ୍ରସାଦ ତରାଇ, ନିଆଳି ବିଧାୟକ ଛବି ମଲ୍ଲିକ, ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।