ରାୟଗଡା,- ଖେଳୁଖେଳୁ ପୋଖରୀରେ ବୁଡି ଦୁଇଜଣଙ୍କ ମୃତ୍ୟୁ ଭଳି ଅଭାବନୀୟ ଘଟଣା ଆଜି ରାୟଗଡା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଠାରେ ଘଟିଛି । ମୃତ ଦୁଇଜଣ ହେଲେ ଶିବାନି ନାୟକ ଏବଂ ମନୁସାହୁ । ସୁଚନା ପ୍ରକାରେ ମୁକୁନ୍ଦପୁର ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଡମ୍ବୁର ଧର ନାୟକ ଗୋଟିଏ ଫର୍ମ ହାଉସ କରିଛନ୍ତି । ଫର୍ମହାଉସ ଭିତରେ ମାଛଚାଷ ପାଇଁ ଗୋଟିଏ ପୋଖରୀ ମଧ୍ୟ କରିଛନ୍ତି । ତେବେ ରାମଚନ୍ଦ୍ରଙ୍କୁ ସଢ଼ୁ ଝାରଖଣ୍ଡ ରାଜ୍ୟର ଧନବାଦରୁ ମୁକୁନ୍ଦପୁରକୁ ବୁଲିବା ପାଇଁ ଗତ କିଛିଦିନ ଧରି ଆସିଥିଲେ ।
ତେବେ ଆଜି ମଧ୍ୟାନ ଭୋଜନ ସାରି ସଢ଼ୁଙ୍କ ଦୁଇପୁଅଙ୍କ ମନୁ ସାହୁ, ଦେବାନନ୍ଦ ସାହୁଙ୍କୁ ନେଇ ଡମ୍ବୁରୁଙ୍କ ଝିଅ ଶିବାନୀ ନାୟକ ଏବଂ ଶୁଭମ ନାୟକ ବୁଲିବା ପାଇଁ ଫର୍ମହାଉସକୁ ଯାଇଥିଲେ । ବୁଲାବୁଲି ଭିତରେ କୂଳରେ ଥିବା ଗୋଟିଏ ଭେଳାରେ ପୋଖରୀ ଭିତରକୁ ଯାଇଥିଲେ । ପୋଖରୀ ଭିତରକୁ ଯିବାପରେ ହଠାତ ଭୋଳାଟି ଭାରସାମ୍ୟ ହରାଇ ଓଲଟିଯାଇଥିଲା । ଫଳରେ ୪ଜଣ ଯାକ ପୋଖରୀ ଭିତରେ ବୁଡିଯାଇ ଚିକ୍ରାର କରିଥିଲେ । ପିଲାଙ୍କ ପାଟିଶୁଣି ପାଖରେ ଥିବା ଲୋକେ ପୋଖରୀ ଭିତରକୁ ଯାଇ ଉଦ୍ଧାର କରିଥିଲେ ।
ତୁରନ୍ତ ୪ଜଣଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟକୁ ଅଣାଯାଇଥିଲା । ସେତେବେଳକୁ ଶିବାନୀ ନାୟକ ଏବଂ ମନୁ ସାହୁ ୨ଜଣଙ୍କା ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଛନ୍ତି । ତେବେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଶୁଭମ ନାୟକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଉଥିବା ବେଳ ଅନ୍ୟଜଣେ ସୁସ୍ଥଥିବା ଜଣାପଡିଛି । ତେବେ ଏହାର ତଦନ୍ତ ମୁକୁନ୍ଦପୁର ଫାଣ୍ଡି ଏଏସାଇ ହର୍ଶଚନ୍ଦ୍ର ପାଣି ଦାୟୀତ୍ୱରେ ଥିବା ଥାନା ଅଧିକାରୀ କହିଛନ୍ତି ।