ଆମେରିକାରେ ସୋମବାରଠାରୁ କରୋନାଭାଇରସ୍ ଟିକାର କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ ହୋଇଛି । ଆମେରିକା ପ୍ରଶାସନର ଜଣେ ଅଧିକାରୀଙ୍କ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ନାଶନାଲ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ହେଲ୍ଥ (ଏନ୍ଆଇଏଚ୍) ଟ୍ରାଏଲର ଫଣ୍ଡିଂ କରୁଛି । ସିଏଟଲ୍ସ୍ଥିତ କାଇସର୍ ପରମାନେଣ୍ଟ୍ ୱାଶିଂଟନ୍ ହେଲ୍ଥ ରିସର୍ଚ ଇନ୍ଷ୍ଟିଚୁ୍ୟଶନ୍ରେ ଭାକସିନ୍ର ଟ୍ରାଏଲ୍ କରାଯିବ । ଏହି ଭାକ୍ସିନ୍ ସମ୍ପୂର୍ଣ୍ଣ ଭାବେ ବିକଶିତ ହେବାକୁ ପ୍ରାୟ ୧୮ ମାସ ସମୟ ଲାଗିବ । ଏନ୍ଆଇଏଚ୍ ଓ ମର୍ଡନ କମ୍ପାନୀ ଦ୍ୱାରା ବିକଶିତ ଏହି ଭାକ୍ସିନ୍ର ବିଭିନ୍ନ ଡୋଜ୍ ୪୫ ଯୁବ ସ୍ୱାସ୍ଥ୍ୟ ସେ୍ୱଚ୍ଛାସେବୀଙ୍କ ଠାରେ ଟ୍ରାଏଲ କରାଯାଉଛି । ଏହାର ପାଶ୍ୱର୍ ପ୍ରତିକ୍ରିୟା ଯାଞ୍ଚ୍ ଉଦ୍ଦେଶ୍ୟରେ ଭାକ୍ସିନ୍ର ପ୍ରଥମ ପର୍ର୍ଯି୍ୟାୟ ଟ୍ରାଏଲ୍ କରାଯାଉଛି ।