Odisha news

ଭୂବନେଶ୍ୱରରୁ ଆସିଥିବା ଲେବରଙ୍କୁ ଘେରିଲେ ଗ୍ରାମାବସୀ

0

ବାସୁଦେବପୁର: ବାସୁଦେବପୁର ବ୍ଲକର କରଞ୍ଜଆଡିଆ ପଞ୍ଚାୟତର ସ୍ୱଚ୍ଛଭାରତ ଅଭିଯାନ ମାଧ୍ୟମରେ ପାଇଖାନା ନିର୍ମାଣ ପାଇଁ ଭୂବନେଶ୍ୱରରୁ ଏକ ଟିମ ଆସି ପହଞ୍ଚିବା ପରେ ଗ୍ରାମବାସୀ କରୋନା ଭୟରେ ଗାଁ ଭିତରକୁ ଛାଡିନଥିଲେ । ଏହାକୁ ନେଇ କିଛି ଉତ୍ତେଜନା ଦେଖା ଦେବା ପରେ ଶେଷରେ ଲେବର ଫେରିଯିବାକୁ ବାଧ୍ୟ ହୋଇଥିଲେ । କରଞ୍ଚଆଡିଆ ପଞ୍ଚାୟତର ସ୍ୱଚ୍ଛଭାରତ ଅଭିଯାନର ପାଇଖାନା ନିର୍ମାଣ ଧିମେଇ ଯାଇଛି । ତେଣୁ ବ୍ଲକର କିଛି କର୍ମଚାରୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଭୂବନେଶ୍ୱରରୁ କିଛି ଲେବର ମଗାଇ ଦେଇଥିଲେ ।

କରୋନା ଭାଇରସ୍‍ ଭୟରେ ଗାଁ ଠାରୁ ବିଶ୍ୱର ଅଧିକାଂଶ ଦେଶ ଅତଙ୍କିତ ହୋଇ ପଡୁଥିବା ବେଳେ ଭୂବନେଶ୍ୱରର ଲେବରଙ୍କୁ ରଖି କାମ କରିବା ସପକ୍ଷରେ ଗ୍ରାମବାସୀ ନଥିଲେ । ଅଚିହ୍ନା ଲେକମାନଙ୍କୁ ଗ୍ରାମରେ ପସାଇ ଦେବେ ନାହିଁ ବୋଲି କହି ଟ୍ରକ ଆଗରେ ଅଟକାଇଥିଲେ । ଉତ୍ତେଜନା ଦେଖା ଦେବାରୁ ଘଟଣା ସ୍ଥଳୀରେ କରଞ୍ଜଆଡିଆ ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ କୁମାର ସାହୁ ପହଞ୍ଚି ସମସ୍ୟାର ସମାଧାନ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଭୂବନେଶ୍ୱରରୁ ଆସିଥିବା ଗାଡି ଓ ଲେବରକୁ ଫେରାଇ ଦେଇଥିଲେ ଗ୍ରାମବାସୀ ।

Leave A Reply