Odisha news

ଅଭିନୟ କରିବେ ନେହା

0

ଇଣ୍ଡିଆନ୍‌ ଆଇଡଲ୍‌ର ପ୍ରତିଯୋଗୀରୁ କ୍ୟାରିୟର୍‌ ଆରମ୍ଭ କରିଥିବା ନେହା କMଡ଼ ପ୍ରସିଦ୍ଧ ସିଙ୍ଗର୍‌ଭାବେ ଇଣ୍ଡଷ୍ଟ୍ରୀରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ଇଣ୍ଡଷ୍ଟ୍ରୀକୁ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଗୀତ ଦେଇଛନ୍ତି । ନିଜ ମୁ୍ୟଜିକ୍‌ ଭିଡିଓରେ ସେ ଅଭିନୟ କରୁଥିବା ନଜର ଆସିଛନ୍ତି । ଏପରି ସ୍ଥଳେ ନେହାଙ୍କ ବଲିଉଡ୍‌ ଏଣ୍ଟ୍ରିକୁ ଫ୍ୟାନ୍‌ମାନେ ଅପେକ୍ଷା କରିରହିଛନ୍ତି । ଏକ ସାକ୍ଷାତକାରରେ ନେହା କହିଛନ୍ତି, ଯେତେବେଳେ ସେ ସୁନିଶ୍ଚିତ ହେବେ ଯେ ତାଙ୍କ ଫିଲ୍ମ ସୁପରହିଟ୍‌ ହେବ ତେବେ ସେ ଅଭିନୟ ଜଗତରେ ପାଦ ରଖିବେ । ଏବେ ସୁଦ୍ଧା ଅଭିନୟ କରିଥିବା ସିଙ୍ଗର୍‌ ସଫଳ ହୋଇନାହାନ୍ତି । ନେହା ବଡ଼ ପ୍ରୋଜେକଫ ଅପେକ୍ଷାରେ ଅଛନ୍ତି । ତାପରେ ଯାଇ ସେ ସିଲ୍‌ଭର୍‌ ସ୍କ୍ରିନ୍‌ରେ ନଜରକୁ ଆସିବେ । ସେ ଜଣେ ହିଟ୍‌ ଷ୍ଟାର୍‌ । ସେଥିପାଇଁ ସେ କେବଳ ପର୍ଦ୍ଦାରେ ନଜର ଆସିବା ଉଦ୍ଦେଶ୍ୟରେ ଫିଲ୍ମରେ କାମ କରିବାକୁ ଚାହୁଁନାହାନ୍ତି । ସୋନୁ ନିଗମ୍‌, ସାନ, ମିକା ସିଂହ ଓ ହିମେଶ ରେସମିୟାଙ୍କ ଭଳି ବ୍ଲକ୍‌ବଷ୍ଟର୍‌ ସିଙ୍ଗର୍‌ ବି ଫିଲ୍ମରେ କାମ କରିଛନ୍ତି ।

Leave A Reply