Odisha news

କଣ ପାଇଁ ରାତିରେ ନଖ କାଟିବାକୁ ମନା କରାଯାଏ ? କଣ ରହିଛି ଏହା ପଛର ଧାର୍ମିକ ଓ ବୈଜ୍ଞାନିକ କାରଣ

0

ନଖ କାଟିବା ସ୍ୱାସ୍ଥ୍ୟ ପକ୍ଷରେ ହିତକର କିନ୍ତୁ ଏହି ନଖ କଟିବାରେ ମଧ୍ୟ କିଛିଟା ନିୟମ ରହିଛି l ଆମ ସନାତନ ଧର୍ମରେ ବିଶେଷ ଭାବରେ ନଖ କାଟିବା ପାଇଁ କିଛିଟା ନିୟମ ପାଳିତ ହୋଇଥାଏ l ଏହା କେଉଁ ପୁରୁଣା କାଳରୁ ପ୍ରଚଳିତ ଥିବା ଏହି ନିୟମ ରେ କିଛିଟା ବୈଜ୍ଞାନିକ କାରଣ ମଧ୍ୟ ରହିଛି l

ବୈଜ୍ଞାନିକ କାରଣ :-

* ଆଗକାଳରେ ବିଜୁଳି ଆଲୁଅ ନଥିବା କାରଣରୁ ନଖ କାଟିବା ପାଇଁ ମନା କରା ଯାଉଥିଲା l କାରଣ ନଖ ଖାଦ୍ୟରେ ଛିଟିକି ପଡିବା ଦ୍ୱାରା ଶରୀର ପକ୍ଷରେ କ୍ଷତି କାରକ ହୋଇପାରେ l

* ଆଗକାଳରେ ନଖ କାଟିବା ପାଇଁ ସେଭଳି କୌଣସି କଟର ନଥିଲା, ତେଣୁ ଲୋକମାନେ ତୀକ୍ଷ୍ଣ ଅସ୍ତ୍ର ବ୍ୟବହାର କରୁଥିଲେ l ଯାହାଦ୍ୱାରା କ୍ଷତ ହୋଇ ରକ୍ତ ଶ୍ରାବ ହୋଇଥାଏ l ତେଣୁ ରାତିରେ ନଖ କାଟିବାକୁ ମନା କରାଯାଉ ଥିଲା l

ଧାର୍ମିକ କାରଣ :-

* ସନ୍ଧ୍ୟା ସମୟ ରେ ଯେତେବେଳେ ହିନ୍ଦୁ ପରିବାର ରେ ଦୀପ ଟିଏ ପ୍ରଜ୍ବଳନ ହୋଇଥାଏ ମାତା ଲକ୍ଷ୍ମୀ ପ୍ରବେଶ କରି ଥାଆନ୍ତି l କୁହାଯାଏ ଯେ ଘରେ ସୁଖ ସମୃଦ୍ଧି ଓ ଧନ ସହିତ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l ତେଣୁ ରାତି ସମୟରେ ନଖ କାଟିବା.ଅଳିଆ ବାହାର କରିବା,ଋଣ ଶୁଝିବା କୁ ମନା କରାଯାଉ ଥାଏ l

* ଅଗାଧୁଆ କଦାପି ନଖ କାଟିବା ଉଚିତ ନୁହେଁ l କାରଣ ଏହାଦ୍ୱାରା ଘରର ବୟସ୍କ ମାନଙ୍କ ପ୍ରତି ହାନି ହୋଇଥାଏ l

* ଯେବେବି ନଖ କାଟୁଛନ୍ତି ଗାଧୋଇ ସାରି କିଛିଟା ଖାଇ ତା ପରେ ନଖ କାଟନ୍ତୁ, ଏହାଦ୍ୱାରା କୌଣସି ଅଶୁଭ ସୂଚନା ମିଳି ନଥାଏ l

* ନଖ କେବଳ ଅଣଶୁଦ୍ଧିଆ ସମୟରେ ଅଗାଧୁଆ କଟା ଯାଇଥାଏ, ଧାର୍ମିକ ମାନ୍ୟତା ଅନୁସାରେ ସେଥିପାଇଁ ଅଗାଧୁଆ ନଖ କାଟିବାକୁ ମନା କରାଯାଏ l

Leave A Reply