Odisha news

ନବରଙ୍ଗପୁର : ଭଣଜା ଠେଙ୍ଗା ମାଡରେ ମାମୁର ମୃତ୍ୟୁ

0

ନବରଙ୍ଗପୁର:- ଡାବୁଗାଁ ଅନ୍ତର୍ଗତ ରେଭିନ୍ୟୁ ସାହିରେ ଗତକାଲି ଅପରାହ୍ନରେ ଏକ ବିବାଦୀୟ ଘଟଣା ଘଟିଛି ଭଣଜାର ଠେଙ୍ଗା ମାଡ଼ରେ ମାମୁଁର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଡାବୁଗାଁ ରେଭିନ୍ୟୁ ସାହିର ଗୌରଚନ୍ଦ୍ର ଗୌଡ (୪୮)। ଏ ନେଇ ଡାବୁଗାଁ ଥାନାରେ ମୃତ ଗୌର ଚନ୍ଦ୍ର ଗୌଡର ଝିଅ ଗୁଞ୍ଜି ଗୌଡ ଏତଲା ଦେବା ପରେ ପୁଲିସ ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ସୂଚନାଯୋଗ୍ୟ ଡାବୁଗାଁ ରେଭିନ୍ୟୁ ସାହିରେ ରହୁଥିବା ଗୌରଚନ୍ଦ୍ର ଗୌଡ (୪୮) ଓ ସ୍ତ୍ରୀ ବୁଡୁ ଗୌଡ ମଧ୍ୟରେ କୌଣସି କାରଣକୁ ନେଇ ପାରିବାରିକ ଅଶାନ୍ତି ଗତ କେତେ ଦିନ ହେଲା ଲାଗି ରହିଥିଲା। ଗୌରଚନ୍ଦ୍ର ଡାବୁଗାଁ ନିକଟ ଚେର ଚେଟିଆ ଗୁଡ଼ାରେ ରାନ୍ଧୁଣିଆ ଭାବେ କାର୍ଯ୍ୟ କରୁଥିଲା।

କଲି ସେ ଚେର ଚେଟିଆ ଗୁଡ଼ାରେ ଥିବା ସମୟରେ ତା ଭଣଜା ଲକି ଗୌଡ (୩୫) ଓ ସ୍ତ୍ରୀ ବୁଡୁ ଗୌଡ ତା ପାଖକୁ ଯାଇଥିଲେ।ସେଠାରେ କୌଣସି କାରଣକୁ ନେଇ ଭଣଜା ଲକି ଗୌଡ ଓ ଗୌରଚନ୍ଦ୍ରଙ୍କ ମଧ୍ୟରେ ଗଣ୍ଡଗଲ ହାଇଥିଲା ।ଏହା ପରେ ଗୌରର ସ୍ୱାସ୍ଥ୍ୟ ଖରାପ୍ ହେବାରୁ ତାକୁ ଭଣଜା ଡାବୁଗାଁ ଆଣିଥିଲା। ପୁନର୍ବାର ଆଜି ଅପରାହ୍ନ ସମୟରେ ଗୌରଚନ୍ଦ୍ର ସହ ଭଣଜା ଲକିର କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଲକି ଗୌଡ ତା ମାମୁକୁ ଏକ ଠେଙ୍ଗାରେ ବାଡେଇ ଥିଲା। ଗୌରଚନ୍ଦ୍ର ଠେଙ୍ଗା ମାଡ଼ରେ ଆହତ ହୋଇ ସ୍ତ୍ରୀ ସହ ଡାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅପରାହ୍ନ ୪ ଘଣ୍ଟ ସମୟରେ ଯାଇଥିଲା।

ଗୁରୁତର ଗୌରଚନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ପରେ ଡ଼ାକ୍ତର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ କହିଥିଲେ ସୁଦ୍ଧା ଗୌର ନବରଙ୍ଗପୁର ନ ଯାଇ ନିଜ ଘର ରେଭିନ୍ୟୁ ସାହିକୁ ଚାଲି ଆସିଥିବା ଏବଂ ସେଠାରେ ପ୍ରାୟ ସନ୍ଧ୍ୟା ସମୟରେ ଘରେ ଶୋଇଥିବା ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏ ନେଇ ଗୌରର ଝିଅ ଗୁଞ୍ଜି ଡାବୁଗାଁ ଥାନା ରେ ଏତଲା ଦେବା ପରେ ଡାବୁଗାଁ ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରିଛି। ଗୌରର ଭଣଜା ଲକି ଗୌଡ ଭୟରେ ଫେରାର ଅଛି। ପୁଲିସ ତଦନ୍ତ ଜାରି ରଖି ।ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।ମୃତ୍ୟୁ ର କାରଣ ଜଣାପଡ଼ିନି,ପୁଲିସ ଏହାର ତଦନ୍ତ ଜାରି ରଖିଛି ।

Nalco
Leave A Reply