ନବରଙ୍ଗପୁର (କେ.ସାକିଲି ଦୋରା)—ନବରଙ୍ଗପୁର ସ୍ଥିତ କୌଶଳ ବିକାଶ କେନ୍ଦ୍ର ପରିସରରେ ନିଖିଳ ଉତ୍କଳ ଶିକ୍ଷା ଓ ଶିକ୍ଷା ନିରୀକ୍ଷକ ସଙ୍ଘ ପକ୍ଷରୁ ସଭାପତି ସାଧୁରାମ ଭତ୍ରା ଙ୍କ ସଭାପତିତ୍ବ ରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତିରଞ୍ଜନ ସାମନ୍ତରାୟଙ୍କ ଉଦ୍ଧେଶ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ନୂତନ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସାମନ୍ତରାୟ ଯୋଗଦେଇ ପବିତ୍ର ଗୁରୁଦିବସ ଅବସରରେ ସଭାରେ ଉପସ୍ଥିତ ଥିବା ଗୁରୁ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ।ଅନୁରୂପ ଭାବରେ ସଂଘ ପକ୍ଷରୁ ଶ୍ରୀ ସାମନ୍ତରାୟ ଙ୍କୁ ଉପଢୌକନ ସହ ଫୁଲତୋଡ଼ା ଦେଇ ସମର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକ ଙ୍କ ମିଳିତ ସହଯୋଗ ରେ ସବୁ କାମ ସମ୍ଭବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଙ୍ଘର ଉପଦେଷ୍ଟା ସୁକାନ୍ତ କୁମାର ସ୍ୱାଇଁ, ସମ୍ପାଦକ ରଞ୍ଜନ ବେହେରା ମଞ୍ଚାସୀନ ଥିବାବେଳେ ମିଡ଼ିଆ ସଂଯୋଜକ ମନୋଜ କୁମାର ପଟନାୟକ ମଞ୍ଚ ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷକ ବିଷ୍ଣୁପ୍ରସାଦ ଜେଠି, ଗୋପାଳ ମିଶ୍ର, ହୃଷିକେଶ ମିଶ୍ର, ପ୍ରଶାନ୍ତ ଜେନା, ହେମନ୍ତ କୁମାର ମିଶ୍ର ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ। ସଭାରେ ଜିଲ୍ଲା ମେଟ୍ରୋନ ସଂଘ ପକ୍ଷରୁ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶେଷରେ ସଙ୍ଘର କୋଷାଧ୍ୟକ୍ଷ ଶୁବେନ୍ଦୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘର ଉପସଭାପତି କାଳିକିଙ୍କର ପଟନାୟକ, ସହସମ୍ପାଦକ ଶଶାଙ୍କ ଶେଖର ତ୍ରିପାଠୀ, ସଂଜୀବ ପଣ୍ଡା ସମେତ ପ୍ରଧାନ ଶିକ୍ଷକ ସୁନୀଲ ମିଶ୍ର, କାରୁଣା କର ନାୟକ, ପ୍ରଫୁଲ ସାହୁ, ବଂଶୀ ରଥ, ପଙ୍କଜ ଚୌଧୁରୀ, ବି. କୈଳାଶ ରାଓ, ଜିଲ୍ଲା କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଭଗବାନ ପାଣିଗ୍ରାହୀ ,ବରିଷ୍ଠ କିରାଣୀ ଜିତେନ୍ଦ୍ର ଚୌଧୁରୀ ସମେତ ଅନ୍ୟ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.