Odisha news

ଦ୍ଵିତୀୟ ଦିନରେ ସାମ୍ବାଦିକ ମାନଙ୍କ ଧାରଣା : ଜିଲ୍ଲାରେ କୋଭିଡ ପରିଚାଳନାରେ ପ୍ରଶାସନ ସମ୍ପୂର୍ଣ ବିଫଳ : ବିଧାୟକ ଉମରକୋଟ

0

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନି ୟନ୍ ର ପ୍ରତୀକ ଧାରଣା  ଦ୍ଵିତୀୟ ଦିନ ମଧ୍ୟ ଜାରି ରହିଥିଲା । ପ୍ରଥମ ଦିବସ  ଭଳି ବିଭିନ୍ନ ଅନୁଷ୍ଠାନ , ଜନସାଧାରଣ ଓ ରାଜନୈତିକ ବ୍ୟକ୍ତି ବିଶେଷ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିବା ସହ ସମର୍ଥନ ଜଣାଇଥିଲେ । ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଭାସ୍କର ରଇତ ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ ରତ ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରିଥିଲେ ।

ସେ ଧାରଣା ପ୍ରତ୍ୟାହୃତ କରିବାକୁ ସାମ୍ବାଦିକ ସଂଘକୁ  ପାଇଁ ଅନୁରୋଧ କରିବା ପରେ ମଧ୍ୟ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜିଦ୍ ରେ ଅଟଳ ରହିଥିଲେ ସାମ୍ବାଦିକ ସଂଘ । ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ତ୍ରିପାଠୀ  ସାମ୍ବାଦିକ ସଂଘ ପକ୍ଷରୁ ଦାବି ଗୁଡ଼ିକ ଯଥାର୍ଥତା ରହିଛି  । ଏହି ଦାବି ସମ୍ପର୍କରେ ରାଜ୍ୟ ସରକାର ଙ୍କ ସହ ଆଲୋଚନା ଚାଲିଥିବା କହିଛନ୍ତି । ଅପରାହ୍ନ ରେ  ନବରଙ୍ଗପୁର ଜିଲ୍ଲା ବିଜେପି ର ଏକ ପ୍ରତିନିଧି ଦଳ ଧାରଣାସ୍ଥଳରେ ପହଞ୍ଚି ଥିଲେ ।

ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଙ୍କ ନେତୃତ୍ଵରେ ଆସିଥିବା ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । କୋଭିଦ୍ ପରିଚାଳନା ରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ବିଫଳ ହୋଇଥିବା ନେତୃମଣ୍ଡଳୀ ଅଭିଯୋଗ କରିଥିଲେ । କ୍ଷ ଭ ର ସହ ବିଧାୟକ ଶ୍ରୀ ଗଣ୍ଡ କହିଥିଲେ ଯେ ସେ ବିଗତ ଦିନରେ ନିଜସ୍ଵ ବିଧାୟକ ପାଣ୍ଠିରୁ ଦୁଇ ଗୋଟି ଆମ୍ବୁଲାନ୍ସ କ୍ରୟ କରିବା ପାଇଁ ଏକ ଚିଠି ମାଧ୍ୟମରେ ସୁପାରିଶ କରିଥିଲେ । କିନ୍ତୁ ଦୁର୍ଭାଗ୍ୟ ଜିଲ୍ଲା ପ୍ରଶାସନ ଉକ୍ତ ଚିଠି ଗ୍ରହଣ କରିବାର କିଛି ଦିନ ପରେ ବିଭିନ୍ନ ଆଳ ଦେଖାଇ ପ୍ରଶାସନ ବିଧାୟକ ଙ୍କୁ ଆମ୍ବୁଲାନ୍ସ କ୍ରୟ କରାଯାଇପାରିବ ନାହିଁ ବୋଲି ସୂଚନା ଦିଆଯାଇଥିଲା । ଯଦି ସେହି ସମୟରେ ଆମ୍ବୁଲାନ୍ସ କ୍ରୟ କରାଯାଇ ପାରନ୍ତା ।

ତେବେ ବହୁ ମାତ୍ରାରେ ଆଜି ଜିଲ୍ଲାର ରୋଗୀ ଉପକୃତ ହୋଇ ପାରି ଥାନ୍ତେ ବୋଲି ବିଧାୟକ କହିଥିଲେ । ଗତ ବିଧାନସଭା ଅଧିବେଶନରେ ଜିଲ୍ଲାରେ କୋଭିଦ ସମସ୍ୟାକୁ ନେଇ ନିଜ ମତ ରଖିବାକୁ ଚେଷ୍ଟା କଲେ ସୁଯୋଗ ମିଳିନଥିଲା । ଏହା ବ୍ୟତୀତ କୋବିଦ୍ ସମନ୍ଧ୍ ୟ ଛ ଅ ଗୋଟି ପ୍ରଶ୍ନ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ପଚାରିଥିଲେ ମଧ୍ୟ ତାଙ୍କୁ ସନ୍ତୋଷ ଜନକ ଉତ୍ତର ଦିଆଯାଇ ନ ଥିଲା ବୋଲି ଶ୍ରୀ ଗଣ୍ଡ କହିଥିଲେ । ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ସାମ୍ବାଦିକ ମାନେ ଲୋକଙ୍କ ସମସ୍ୟା କୁ ନେଇ କଲମ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଥିବା ବେଳେ ଆଜି ଜିଲ୍ଲାବାସୀ ଙ୍କ ସ୍ବାର୍ଥ ପାଇଁ ନିଜେ ଧାରଣାରେ ବସିଥିବା କହିବା ସହ ସେମାନଙ୍କ ଦାବିରେ ଯଥାର୍ଥତା ରହିଥିବା କହିଥିଲେ । କେନ୍ଦ୍ର ସରକାର ୫୮୭ ଟି ଭେନ୍ତି ଲେଟର ରାଜ୍ୟ ସରକାର ଙ୍କୁ ଯୋଗାଇ ଦେଇଥିବା ବେଳେ ସେଥିରୁ ମାତ୍ର ୧୬୭ ଟି ଭେଣ୍ଟି ଲେଟର କାର୍ଯ୍ୟକ୍ଷମ କରିପାରିଛନ୍ତି ।

ଏବେ ମଧ୍ୟ ୪୨୦ ଟି ଭେଣ୍ଟିଲେଟର କାର୍ଯ୍ୟକ୍ଷମ ନ ହୋଇ ପଡ଼ି ରହିବା ପରିତାପର ବିଷୟ ବୋଲି କହିଥିଲେ । ଖୋଦ ସାଂସଦ ରମେଶ ମାଝୀ କରୋନା ଆକ୍ରାନ୍ତ ହେବାପରେ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇଥିଲା । ଆମ୍ବୁଲାନ୍ସ ର ଅଭାବ ଓ ଭେଣ୍ଟି ଲେଟର ଅଭାବ କାରଣରୁ ତାଙ୍କୁ ସ୍ଥାନାନ୍ତରିତ କରିବାରେ ବିଳମ୍ବ ହେବା ସହ ଭେଣ୍ଟି ଲେଟର ଅଭାବ ଜିଲ୍ଲାରେ ଥିବା ସ୍ପଷ୍ଟ ହୋଇଥିଲା ବୋଲି ସେ କହିଥିଲେ ।

ଦ୍ଵିତୀୟ ଦିନରେ ଧାରଣାସ୍ଥଳରେ ଜିଲ୍ଲା ବଣିକ ସଂଘ ଉପସଭାପତି ରାକେଶ ଜୈନ , ସମ୍ପାଦକ ପି. ଭେଙ୍କଟ ରାଓ , ଆଦିବାସୀ ଜନଜାତି ସୁରକ୍ଷା ମଞ୍ଚ ସଭାପତି ଗୋପିନାଥ ମାଝୀ , ଆବାହକ ଅର୍ଜୁନ ଭତରା , ଜିଲ୍ଲା ଆଦିତ୍ୟ ବାହିନୀ ଜୋନାଲ ସମ୍ପାଦକ ଗୌରାଙ୍ଗ ପାତ୍ର , ମା ଭଣ୍ଡାର ଘରଣୀ ସେବାୟତ ମୁଖ୍ୟ ରାଜୀବ ପୂଜାରୀ , ପରିବର୍ତ୍ତନ ଫଉନସନ୍ ମୁଖ୍ୟ ନିନି ବାବୁ , ଏ ଓ ପିଟି ଏ ଫ ସମ୍ପାଦକ ସୁଧାକର ପାଢ଼ୀ , ହିନ୍ଧୁ ମହା ସଂଘ ସଭାପତି ଜୟନ୍ତ ପାତ୍ର , ଜଗନ୍ନାଥ ମନ୍ଦିର ନିର୍ମାଣ କମିଟି ସମ୍ପାଦକ ସତ୍ୟବାଦୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଧାରଣାକୁ ସମର୍ଥନ ଜଣାଇଥିଲେ ।

ଏହି ଧାରଣାରେ ଓ ୟୁ ଜେ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି  ସୁଶାନ୍ତ ବେହେରା , ଉପ ସଭାପତି କିଶୋର ପଟନାୟକ , ସମ୍ପାଦକ ପି ପ୍ରକାଶ , ରାଜ୍ୟ ସଭ୍ୟ ରବି ପଟ୍ଟନାୟକ ସମେତ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।

Leave A Reply