ଖାଇବା ତେଲର ସମ୍ପର୍କ ସିଧାସଳଖ ପେଟ ସହିତ ହୃତପିଣ୍ଡ ର ରହିଛି l ସ୍ୱାଦିଷ୍ଟ ଖାଦ୍ୟ କିମ୍ବା ସୁନ୍ଦର କେଶର କଥା ଆସିଲେ ନିଶ୍ଚିତ ଭାବରେ ତେଲ କଥା ଆଲୋଚନା ହୋଇଥାଏ l ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ରୋଷେଇ ତେଲ ମିଳୁଛି l କିନ୍ତୁ ଆମ ମଧ୍ୟରୁ ଅଧିକାଂଶ ଲୋକ ଜାଣି ନାହାନ୍ତି କେଉଁ ତେଲଟି ଶରୀର ପାଇଁ ହିତକର l ଖାଇବା ତେଲକୁ ନେଇ ଅନେକ ପୁରୁଣା ତଥ୍ୟ ରହିଛି l
କୁହାଯାଏ ଯେ ୨୫୦ ହଜାର ବର୍ଷ ପୂର୍ବରୁ ଯେତେବେଳେ ମଣିଷ ପ୍ରଥମେ ଖାଦ୍ୟ ପ୍ରସ୍ତୁତ କରିବା ଶିଖିଲା, ସେତେବେଳେ ଖାଦ୍ୟ ପ୍ରସ୍ତୁତ ପାଇଁ ପଶୁଙ୍କ ଚର୍ବି ରେ ଖାଦ୍ୟ ପ୍ରସ୍ତୁତ କରୁଥିଲା l ୧୯୩୦ ରେ ହରପା ସଭ୍ୟତା ର ଖୋଦେଇ ସମୟରେ ଅନେକ ମାତ୍ରାରେ ରାଶି ତେଲ ମିଳିଥିଲା l ବୈଦିକ କାଳରୁ ଭାରତରେ ଏହି ତେଲ ର ବ୍ୟବହାର ହୋଇଥାଏ l
ଚୀନ ଓ ଜାପାନ ପ୍ରଭୃତି ଦେଶ ସର୍ବ ପ୍ରଥମେ ସୋୟା ତେଲ ପ୍ରସ୍ତୁତ କରୁଥିଲେ l ଭାରତରେ ୧୯୩୦ ରେ ଡାଲଡା ଲଞ୍ଚ କରାଯାଇ ଥିଲା l ଭାରତରେ ବିଭିନ୍ନ ପ୍ରକାରର ତେଲ ଉପଲବ୍ଧ ହୋଇଥାଏ, ଯେପରିକି ନଡ଼ିଆ ତେଲ, ସୋରିଷ ତେଲ, ଚିନାବାଦାମ ତେଲ, ସୂର୍ଯ୍ୟମୁଖୀ ଓ ରାଶି ତେଲ l
ପ୍ରତିଟି ମଣିଷର ଶରୀର ପାଇଁ ତେଲର ଆବଶ୍ୟକତା ରହିଛି, କିନ୍ତୁ ଏହାକୁ ଗୋଟିଏ ନିର୍ଧାରିତ ମାତ୍ରାରେ ଖାଇବା ଆବଶ୍ୟକ –
– ଗବେଷକଙ୍କ ମତ ଅନୁସାରେ ପ୍ରତି ମାସରେ ଖାଇବା ତେଲ ପରିବର୍ତନ କରିବା ଆବଶ୍ୟକ l କାରଣ ସବୁ ସମୟରେ ଗୋଟିଏ ନିର୍ଦ୍ଧିଷ୍ଟ ତେଲ ଖାଇବା ଦ୍ୱାରା ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ l
– ସୋରିଷ ତେଲ ଭାରତୀୟ ଜଳବାୟୁ ପାଇଁ ସମ୍ପୂର୍ଣ ଉପଯୋଗୀ l ଗରମ ହେବା ପରେ ମଧ୍ୟ ଏହାର ଗୁଣ ନଷ୍ଟ ହୋଇ ନଥାଏ l ଏହା ଶରୀର ପାଇଁ ହିତକର ହୋଇଥିବା କାରଣରୁ ଭାରତୀୟ ମାନଙ୍କ ନିକଟରେ ଖୁବ ଆଦୃତ l
– ସୂର୍ଯ୍ୟମୁଖୀ ତେଲ ସ୍କିନ, ଶିରାପ୍ରଶିରା, ମହିଳା ମାନଙ୍କ ମନୋପଜ ପରେ ଅଚାନକ ବଢୁଥିବା ସୁଗାର ଓ ବିପି କୁ ଅଟକାଇ ଥାଏ l
– ବାଦାମ ତେଲ ରେ ଭିଟାମିନ ଇ, ପ୍ରୋଟିନ, ମୋନୋ ଅନସାଚୁରେଟେଡ଼ ଫ୍ୟାଟି ଏସିଡ ର ଗୋଟିଏ ଭଲ ସ୍ରୋତ l ଏହାକୁ ଖାଇବା ଦ୍ୱାରା କ୍ୟାନ୍ସର ସମ୍ଭାବନା ଦେଖାଯାଏ ନାହିଁ l
– ଆଜିକାଲିର ଅନେକ ନୂଆ ନୂଆ କମ୍ପାନୀ ବିଭିନ୍ନ ପ୍ରକାରର ରିଫାଇନ ତେଲ ପ୍ରସ୍ତୁତ କରୁଛନ୍ତି, ଏହାକୁ କଦାପି ସେବନ କରିବା ଉଚିତ ନୁହେଁ l ଏହା ରକ୍ତରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ l
– ରିଫାଇନ ତେଲକୁ ଅଧଘଣ୍ଟା ରୁ ଅଧିକ ଗରମ କରିବା ଦ୍ୱାରା ଏହା ବିଷାକ୍ତ ହୋଇଯାଏ l ଏହା ହୃତପିଣ୍ଡ ସହିତ ଲିଭର ପାଇଁ ମଧ୍ୟ କ୍ଷତିକାରକ l ଯେତେ ଅଧିକ ତେଲ ଗରମ କରାଯାଏ ସେତେ ଅଧିକ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ l
– ଆଜିକାଲି ବଜାରରେ ମିଳୁଥିବା ଅଲିଭ ଅଏଲ ଶରୀର ପାଇଁ ହିତକର ହୋଇଥିଲେ ମଧ୍ୟ ଏହାକୁ ଅଧିକ ଗରମ କରି ସେବନ କରିବା ଉଚିତ ନୁହେଁ l
– ଆପଣ ଯଦି ଛଣାଛାଣି କରୁଛନ୍ତି ତେବେ ସେଥିପାଇଁ ରାଶି ତେଲ, ବାଦାମ ତେଲ, ସୋରିଷ ତେଲ ଉପଯୁକ୍ତ ଅଟେ l ଏହାକୁ ଆପଣ ୪୦୦ ଡିଗ୍ରୀ ଫାରେନ ହ୍ୱାଇଟ ରେ ମଧ୍ୟ ଗରମ କରିପାରିବେ l କିନ୍ତୁ ଅନ୍ୟ ତେଲ ନୁହେଁ l
