ମୁ୍ୟଜିକ୍ ପ୍ରତ୍ୟେକ ଜିନିଷରେ ଅଛି । ଜଣେ ଯୁବକ ଫଳରୁ ସଙ୍ଗୀତ ତିଆରି କରିଛନ୍ତି । ସେ ପୁଣି ଏମିତି ସେମିତି ନୁହେଁ, ଡିଜେ ବାଲା । ଏଥିପାଇଁ ସେ ତରଭୁଜ ଓ କୋବି ବ୍ୟବହାର କରି ଇଲେକ୍ଟ୍ରୋନିକ ମୁ୍ୟଜିକ୍ ସୃଷ୍ଟି କରିଛନ୍ତି । ମୁ୍ୟଜିକ୍ ଶୁଣି ଇଣ୍ଟରନେଟ୍ ୟୁଜର୍ କହିଛନ୍ତି, ‘ଭାଇ ବହୁତ ହାର୍ଡ… ବହୁତ ହାର୍ଡ’ ! ଏହି ଭିଡିଓକୁ @Rexchapman ଟ୍ୱିଟର୍ରେ ସେୟାର କରି ଲେଖିଛନ୍ତି, ‘ବ୍ରୋ ଏ ତ ତରଭୁଜ ବଜାଉଛି ।’ ଯୁବକ ଜଣକ ତରଭୁଜକୁ ଲମ୍ବା ଖଣ୍ଡରେ ଓ କୋବିକୁ ମଝିରୁ ଭାଙ୍ଗି ଏକ ଟେବଲ୍ରେ ରଖିଛନ୍ତି । ସେଥିରୁ ତାର ଯାଇ ଏକ ବୋର୍ଡରେ ଲାଗିଛି । ସେ ଏହାକୁ ପିଆନୋ ବଜାଇବା ଭଳି ପ୍ଲେ କରୁଛନ୍ତି ।