ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କଙ୍ଗନା ରନୌତ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଜବାବ ଦେଇ ମୁମ୍ବାଇର ତୁଳନା ପାକିସ୍ତାନ କବ୍‌ଜାରେ ଥିବା କଶ୍ମୀର ସହ କରିଥିଲେ । ଏହାକୁ ଆପତ୍ତିଜନକ ବୟାନ ଦର୍ଶାଇ ଅନେକେ ସେଲିବ୍ରିଟି ବିରୋଧ କରିଛନ୍ତି । ରେଣୁକା ଶାହାଣେ ଟ୍ୱିଟ୍‌ କରି ଲେଖିଛନ୍ତି, ‘ପ୍ରିୟ ଟିମ୍‌ କଙ୍ଗନା, ମୁମ୍ବାଇ ସେହି ସହର ଯେଉଁଠାରେ ଆପଣଙ୍କ ବଲିଉଡ୍‌ ଷ୍ଟାର୍‌ ହେବାର ସ୍ୱପ୍ନ ପୂରା ହୋଇଛି । ଆପଣଙ୍କଠୁ ଏଭଳି ସୁନ୍ଦର ସହର ପ୍ରତି ସମ୍ମାନ ଆଶା କରାଯାଉଛି । ପିଓକେ ସହ ମୁମ୍ବାଇର ତୁଳନା କିପରି କଲେ ? ଏହାପରେ କ୍ଷୁବ୍ଧ ହୋଇ ମରାଠୀରେ ଲେଖିଲେ, ‘ଉଛଲତି ହୁଇ ଜିଭ୍‌ ଔର ୱାହୱାହି…’। କଙ୍ଗନା ଏହାର ଜବାବ ଦେଲେ, ‘ପ୍ରିୟ ରେଣୁକା ଜୀ, ଯେତେବେଳେ କୌଣସି ସରକାରଙ୍କ ଖରାପ ପ୍ରଶାସନର ଆଲୋଚନା କରାଯାଏ, ପ୍ରଶାସିତ ଲୋକଙ୍କ ସ୍ଥାନ ବି ତାଙ୍କ ବରାବର ହୋଇଥାଏ । ମୋତେ ଭରସା ହେଉନି ଆପଣ ଏତେ ଭୋଲୀ ।’ ଏହାପରେ ରେଣୁକା କହିଲେ, ‘ପ୍ରିୟ ଟିମ୍‌ କଙ୍ଗନା, ମୁଁ ବି ସରକାରଙ୍କ ସମାଲୋଚନା ପାଇଁ ପ୍ରସ୍ତୁତ । କିନ୍ତୁ ମୁମ୍ବାଇରେ ପିଓକେ ଭଳି ଅନୁଭବ ହେବା, ଏହା ମୋତେ ମୁମ୍ବାଇ ଓ ପିଓକେ ମଧ୍ୟରେ ସିଧା ତୁଳନା ଭଳି ଲାଗୁଛି । ଆପଣଙ୍କ ତୁଳନା ବାସ୍ତବରେ ଏକ ଖରାପ ଅନ୍ଦାଜରେ ଥିଲା । ହୁଏତ ଏହା ମୋର ଭୋଲାପଣ ଯେ ମୁଁ ଆପଣଙ୍କଠୁ ଆଉ କିଛି ଆଶା କରିଥିଲି ।’

LEAVE A REPLY

Please enter your comment!
Please enter your name here