Odisha news

ଅଜ୍ଞାନୀ ଓ ନକଲି ଫିଲ୍ଡ଼ ମାର୍ଶାଲ ୱାସିମ ମୁନୀର : PAK ନେତା ଙ୍କ ଭର୍ତ୍ସନା

0

ନିଜ ଦେଶରେ ଭର୍ତ୍ସନା ର ଶିକାର ହେଲେ ୱାସିମ ମୁନୀର , ନେତା କହିଲେ ମୁନୀର ହେଉଛନ୍ତି ଅଜ୍ଞାନୀ ଓ ନକଲି ଫିଲଡ ମାର୍ଶାଲ, ପାକିସ୍ତାନ ଆର୍ମି ଫିଲଡ ମାର୍ଶାଲ ଙ୍କୁ ନେଇ ପୁଣି ତେଜିଲା ଅସନ୍ତୋଷ, ଛି ଛି ଶୁଣି ଥକୁ ନାହାନ୍ତି ୱାସିମ ମୁନୀର , ବିଦେଶ ସହିତ ନିଜ ଦେଶରେ ମଧ୍ୟ ଆଲୋଚନା ର ପାତ୍ର ହୋଇଛନ୍ତି ମୁନୀର , ମୁନୀର ଅଯୋଗ୍ୟ ଏହା କହିଛନ୍ତି ପାକିସ୍ତାନ ର JSMM ର ଚେୟାରମ୍ୟାନ ଶାଫିବୁରଫାତ l

ହଁ ଆଜ୍ଞା , ପାକିସ୍ତାନ ଆର୍ମି ଫିଲଡ ମାର୍ଶାଲ ମୁନୀର କିଛିଦିନ ତଳେ ବାହା ବାହା ସାଉଁଟୁ ଥିବାର ସମସ୍ତେ ଜାଣିଥିଲେ, ନିଜ ଦେଶ ସହିତ ଆମେରିକା ଭଳି ଦେଶରୁ ମଧ୍ୟ ତାଙ୍କୁ ପ୍ରଶଂସା ଖୁବ କରାଯାଉଥିଲା , ଖୋଦ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ମୁନୀର ଙ୍କ ପ୍ରଶଂସା କରିବାକୁ ଥକୁନଥିଲେ , କିନ୍ତୁ ବର୍ତମାନ ସମୟ ଓଲଟି ଯାଇଛି l

ବର୍ତମାନ ପାକିସ୍ତାନ ର ଜଣେ ନେତା ୱାସିମ ମୁନୀର ଙ୍କ ନେତୃତ୍ୱାଧୀନ ଥିବା ପାକିସ୍ତାନ ଆର୍ମି ଉପରକୁ ପ୍ରଶ୍ନ ଉଠାଇଛନ୍ତି l ପାକିସ୍ତାନ ଆର୍ମି କୁ ଭଡାଟିଆ ସେନା ର ଆଖ୍ୟା ଦେଇଛନ୍ତି l ଯିଏକି କିଛି ପଇସା ନେଇ କାହାରି ପାଇଁ ମଧ୍ୟ ଗୁଳି ମାରିବାକୁ ପ୍ରସ୍ତୁତ ଅଛି l

ପାକିସ୍ତାନ ର JSMM ର ଚେୟାରମ୍ୟାନ ଶାଫି ବୁରଫାତ ପାକିସ୍ତାନ ସେନା ଉପରେ ଏଭଳି ତିପାଣି ରଖିଛନ୍ତି ଯାହାକୁ ନେଇ ପାକିସ୍ତାନ ଗଣମାଧ୍ୟମ ରେ ହଲଚଲ, ଶାଫି ମୁନୀର ସେନା କୁ ‘ ଭ୍ରଷ୍ଟ ଭଡ଼ାର ମାଫିଆ ‘ ବୋଲି କହିଛନ୍ତି, ଏବଂ କହିଛନ୍ତି ଯେ ‘ଡଲାର ପାଇଁ ନିଜକୁ ବିକ୍ରି କରୁଛି ଓ ଏବଂ ନିଜ ସୁବିଧା ପାଇଁ ଦୁନିଆ କୁ ଧୋକା ଦେଉଛି , ନିଜ ସ୍ୱାର୍ଥ ପାଇଁ  ନୀତି ପ୍ରସ୍ତୁତ କରିଛନ୍ତି ମୁନୀର, ପାକିସ୍ତାନ ସେନା କଦାପି ନ୍ୟାୟ ପାଇଁ ଲଢ଼ି ନାହିଁ, ବରଂ ପଇସା ପାଇଁ ଲଢ଼ୁଛି ‘ l ଏଭଳି କିଛି ଲେଖି ନିଜ X ହ୍ୟାଣ୍ଡେଲ ରେ ସେୟାର କରିଛନ୍ତି JSMM ନେତା ଶାଫି l

ପାକିସ୍ତାନ ର JSMM ର ଚେୟାରମ୍ୟାନ ଶାଫିବୁରଫାତ କହିଛନ୍ତି ଯେ ସୋଭିଏତ-ଆଫଗାନ ଯୁଦ୍ଧ ସମୟରେ ପାକିସ୍ତାନ ନିଜକୁ ଜୀହାଦ ର ରକ୍ଷକ ବୋଲି କହି ପଶ୍ଚିମ ଦେଶ ଙ୍କ ନିକଟରୁ ସାହାଯ୍ୟ ନେଇଛି, ପାକିସ୍ତାନ ଆର୍ମି ର ଏହି ଚାଲ ପୁନର୍ବାର ଦୋହରା ହୋଇଥିଲା ୯ / ୧୧ ପରେ, ଯେତେବେଳେ ପାକିସ୍ତାନ ଆମେରିକା ସହିତ ରହି ଥିବାର ନାଟକ କରିଥିଲା, କିନ୍ତୁ ଓସାମା ବିନ ଲାଡେନ କୁ ନିଜ ଦେଶରେ ଲୁଚାଇ ରଖିଥିଲା, ଏହା ପାକିସ୍ତାନ ସେନା ର ଗୋଟିଏ ଜଣାଶୁଣା ପ୍ରକୃତି, ଆତଙ୍କବାଦ ର  ଭୟ ଯେତିକି ବଢ଼ିଲା ପାକିସ୍ତାନ ଜେନେରାଲ ଙ୍କ ପକେଟ ଡଲାର ରେ ସେତିକି ଗରମ ହେଉଥିଲା l

‘ ଯଦି ଚୀନ ପାକିସ୍ତାନ କୁ ଅଧିକ ପଇସା ଦେବ ତେବେ ପାକିସ୍ତାନ ଆମେରିକା କୁ ଧୋକା ଦେବ, ଯଦି ଆମେରିକା ଅଧିକ ପଇସା ଦେବ ଚୀନ କୁ ଧୋକା ଦେବ ପାକିସ୍ତାନ ସେନା, ଗଦାରୀ ଭରି ହୋଇ ରହିଛି ପାକିସ୍ତାନ ସେନାରେ , ମୁନୀର ହେଉଛନ୍ତି ଜଣେ ଅଜ୍ଞାନୀ ଓ ନକଲି ଫିଲଡ ମାର୍ଶାଲ, ପାକିସ୍ତାନ ସେନା ରେ ଅରାଜକତା ଭର୍ତି ହୋଇ ରହିଛି, ଆଫଗାନିସ୍ତାନ, କାଶ୍ମୀର ଓ ମଧ୍ୟ -ପୂର୍ବ ସଙ୍କଟ ତା ପାଇଁ ଗୋଟିଏ ପଇସାର ସ୍ରୋତ ହୋଇ ସାରିଛି, କିନ୍ତୁ ନିଜ ଦେଶ ଭିତର ର ସିନ୍ଧି, ବାଲୋଚ ଓ ପାସ୍ତୁନ ମାନଙ୍କ ସମସ୍ୟାକୁ ସମାଧାନ କରିବାକୁ ଅକ୍ଷମ , ଶେଷରେ ଶାଫି ବୁରଫାତ  କହିଛନ୍ତି ପାକିସ୍ତାନ ସେନା ଦେଶର ଇଜ୍ଜତ, ବିଦେଶ ନୀତି ଓ ନୈତିକତା କୁ ବର୍ବାଦ କରିଦେଇଛି l ତେଣୁ ଏହି ସେନାର ପତନ ଖୁବ ଶୀଘ୍ର ହେବ l

Leave A Reply