ବ୍ରିଟେନ ରେ ନିକଟରେ ମଲ୍ଟି ଭିଟାମିନ କୁ ନେଇ ଆସିଥିବା ଗୋଟିଏ ରିପୋର୍ଟ ଅନୁସାରେ ଯେଉଁ ଲୋକମାନେ ନିୟମିତ ମଲ୍ଟି ଭିଟାମିନ ଖାଇ ଖୁସି ହୋଇ ଥାଆନ୍ତି ଯେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁରକ୍ଷିତ ଅଛି l କିନ୍ତୁ ଏହା ଗୋଟିଏ ଭୁଲ ପଦକ୍ଷେପ ଅଟେ l
କଣ ରହିଛି ବ୍ରିଟେନ ଗବେଷକ ଙ୍କ ମତ ?
ଏହି ଗବେଷକ ଙ୍କ ମତରେ ନିୟମିତ ମଲ୍ଟି ଭିଟାମିନ ସେବନ କରୁଥିବା ଲୋକ ମାନେ ସୁସ୍ଥ ଜୀବନ ପାଇବା ପରିବର୍ତେ ମୃତ୍ୟୁ ମୁଖକୁ ଟାଣି ହୋଇ ଯାଇ ଥାଆନ୍ତି , ସେମାନଙ୍କ ଆୟୁ ସୀମା ହ୍ରାସ ହୋଇ ଯାଇଥାଏ l
ନିୟମିତ ମଲ୍ଟି ଭିଟାମିନ ସେବନ କରିବା ଜୀବନ ପ୍ରତି ବିପଦ –
– ଏହି ଅଧୟନ ଅନୁସାରେ ଲୋକେ ନିୟମିତ ମଲ୍ଟି ଭିଟାମିନ ସେବନ କରୁଥିଲେ ସତର୍କ ରହିବା ଜରୁରୀ l ବିଶେଷ ଭାବରେ ଯୁବକ ମାନେ ଅଧିକ ମଲ୍ଟି ଭିଟାମିନ ସେବନ କରି ଥିବାର ଏହି ଅଧୟନ ରେ ଦେଖିବାକୁ ମିଳିଥିଲା l ଏବଂ ସେମାନେ ଅଧିକ କ୍ୟାନ୍ସର ଓ ହୃଦ ରୋଗର ଶିକାର ହେଉଛନ୍ତି l
– ମଲ୍ଟି ଭିଟାମିନ ନିୟମିତ ସେବନ କରିବା ପରିବର୍ତେ ସପ୍ତାହ ରେ ଗୋଟିଏ ଦିନ ସେବନ କରିବା ଆବଶ୍ୟକ ବୋଲି ଏହି ଅଧ୍ୟୟନ ରେ ବିଶେଷଜ୍ଞ ମାନେ ମତ ଦେଇଛନ୍ତି l
– ଏହି ଅଧ୍ୟୟନ ରେ କୁହାଯାଇଛି ଯେ ମଲ୍ଟି ଭିଟାମିନ ସ୍ୱାସ୍ଥ୍ୟ ପକ୍ଷରେ ଖୁବ କ୍ଷତିକାରକ ଅଟେ, ଏଥିରେ ଥିବା ବିଟା କେରୋଟିନ କୁ ଯଦି ଆମେ ପ୍ରାକୃତିକ ଭାବରେ ସେବନ କରିବା ତେବେ ଏହା ସ୍ଵାସ୍ତ୍ୟପାଇଁ ଲାଭ ଦାୟକ ହୋଇଥାଏ l ଭି
– ଯଦି ଆମେ ବିଟା କେରୋଟିନ କୁ ଗୋଟିଏ ସପ୍ଲିମେଣ୍ଟ ଭାବରେ ଖାଇଥାଉ ତେବେ ଏହା ଫୁସଫୁସ କ୍ୟାନ୍ସର ରେ ପ୍ରଭାବିତ କରିଥାଏ l ଏବଂ ହୃଦ ରୋଗ ର କାରଣ ମଧ୍ୟ ହୋଇଥାଏ l
– ଆଇରନ କ୍ୟାପ୍ସୁଲ ରେ ଅନେକ ଗୁଡିଏ ମଲ୍ଟି ଭିଟାମିନ ମିଶା ଯାଇଥାଏ, ଅତ୍ୟଧିକ ଆଇରନ ସେବନ ଦ୍ୱାରା ହୃଦ ରୋଗ, ମଧୁମେହ, ଡିପ୍ରେସନ ସମସ୍ୟା ଦେଖା ଯାଇଥାଏ l
– ମଲ୍ଟି ଭିଟାମିନ ରହିଥିବା ବିଟା କେରୋଟିନ, ଭିଟାମିନ ସି ଓ ଇ ଏବଂ ଜିଙ୍କ ଆପଣଙ୍କ ଆୟୁ କୁ ହ୍ରାସ କରି ଦେଇଥାଏ l ଏହି ଅଧ୍ୟୟନ ରେ କୁହାଯାଇଛି ଯେ ଆମେ ସେବନ କରୁଥିବା ମଲ୍ଟି ଭିଟାମିନ ବଦଳରେ ଯଦି ଘରେ ପ୍ରସ୍ତୁତ ହେଉଥିବା ପୋଷାକ ତତ୍ତ୍ୱରେ ଭରପୁର ଖାଦ୍ୟ ସେବନ କରିବା ତେବେ ଅଧିକ ନିରୋଗୀ ରହିବା l