ପୌରାଣିକ କଥା ଅନୁସାରେ, ସୂର୍ଯ୍ୟ ଦେବ ଙ୍କର ୨ଟି କନ୍ୟା ଥିଲେ, ଜଣଙ୍କ ନାମ କାଳିନ୍ଦୀ ଥିଲା ଓ ଅନ୍ୟ ଜଣଙ୍କ ନାମ ଭଦ୍ରା ଥିଲା l କାଳିନ୍ଦୀ ଖୁବ ଶାନ୍ତ ଓ ଧୀର ସ୍ଵଭାଵ ର କନ୍ୟା ଥିଲେ ଏବଂ ଭଦ୍ରା ଙ୍କ ସ୍ଵଭାଵ ଖୁବ ଉଗ୍ର ଥିଲା l ଏକଦା କାଳିନ୍ଦୀ ଙ୍କ ପିତା ସୂର୍ଯ୍ୟ ଙ୍କ ନିକଟରେ ତପସ୍ୟା କରିବାର ଇଚ୍ଛା ପ୍ରକଟ କରିଥିଲେ , ସୂର୍ଯ୍ୟ ଦେବ ତାଙ୍କୁ ବ୍ରଜ ଧାମରେ ଯାଇ ତପସ୍ୟା କରିବା ପାଇଁ ଆଜ୍ଞା ଦେଇଥିଲେ l କାଳିନ୍ଦୀ ଅନେକ ବର୍ଷ ଧରି ବ୍ରଜ ଧାମରେ ତପସ୍ୟା କରିଥିଲେ, ଯେତେବେଳେ ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ନେଲେ ସେତେବେଳେ କାଳିନ୍ଦୀ ପ୍ରଭୁଙ୍କ ଦର୍ଶନ ପାଇଁ ଅନୁରୋଧ କରିଥିଲେ l
ଯେତେବେଳେ କୃଷ୍ଣ ଜନ୍ମ ନେଲେ ସେତେବେଳେ ପିତା ବାସୁଦେବ କୃଷ୍ଣଙ୍କୁ କଂସ ର ବନ୍ଦୀ ଶାଳା ରୁ ନେବା ସମୟରେ ଗୋଟିଏ ଟୋକେଇ ରେ ରଖି ଗୋକୁଳ କୁ ଚାଲିଲେ l ଏହି ସମୟ ରେ ବିଜୁଳି ର ଗର୍ଜନ ସହିତ ବର୍ଷା ହେଉଥିଲା ଏବଂ ଯମୁନା ନଦୀ ଜଳପୂର୍ଣ୍ଣ ହୋଇ ଯାଇଥିଲା l ବାସୁଦେବ କୃଷ୍ଣଙ୍କୁ ମୁଣ୍ଡ ଉପରେ ରଖି ଯମୁନା ନଦୀ ରେ ପ୍ରବେଶ କରିଥିଲେ, ସେତେବେଳ ର କାଳିନ୍ଦୀ ନଦୀ ଆଜିର ଯମୁନା ନଦୀ ଅଟେ l ଏହି ଯମୁନା ନଦୀ କୂଳରେ ହିଁ ଭଗବାନ ଶ୍ରୀକୃଷ୍ନ ନିଜର ବାଲ୍ୟ ଲୀଳା ସମ୍ପର୍ଣ କରିଥିଲେ l ସେହି ସମୟରେ କାଳିନ୍ଦୀ ଅର୍ଥାତ ଯମୁନା ଶ୍ରୀକୃଷ୍ଣ ଙ୍କୁ ବିବାହ କରିବା ପାଇଁ ତପସ୍ୟା କରିଥିଲେ l
ମହାଭାରତ ଯୁଦ୍ଧ ପରେ ଯେତେବେଳେ ଶ୍ରୀକୃଷ୍ଣ ଅର୍ଜୁନ ଙ୍କ ସହିତ ପୁନର୍ବାର ବ୍ରଜ ଧାମ ପହଞ୍ଚିଥିଲେ ସେତେବେଳେ ଅର୍ଜୁନ ଙ୍କ ନଜର ନଦୀରେ ଥିବା କାଳିନ୍ଦୀ ଙ୍କ ଉପରେ ପଡିଥିଲା ଓ ସେ କାଳିନ୍ଦୀ ଙ୍କୁ ତାଙ୍କର ପରିଚୟ ମାଗିଥିଲେ l ସେତେବେଳେ କାଳିନ୍ଦୀ କହିଥିଲେ କି ସେ ଶ୍ରୀକୃଷ୍ଣ ଙ୍କୁ ବିବାହ କରିବା ପାଇଁ ତପସ୍ୟା କରୁଛନ୍ତି, ଅର୍ଜୁନ ମଧ୍ୟ ଶ୍ରୀକୃଷ୍ଣ ଙ୍କୁ ଏହି ସମ୍ବାଦ ଜଣାଇ ଥିଲେ l ଏହାପରେ ଶ୍ରୀକୃଷ୍ଣ ଅନେକ ବର୍ଷ ପରେ କାଳିନ୍ଦୀ ଙ୍କୁ ଦର୍ଶନ ଦେଇଥିଲେ l ଶ୍ରୀକୃଷ୍ଣ ତପସ୍ୟାର ବରଦାନ ସ୍ୱରୂପ ସ୍ୱୟଂ କାଳିନ୍ଦୀ ଙ୍କୁ ବିବାହ କରିବା ପାଇଁ ସୂର୍ଯ୍ୟ ଙ୍କ ନିକଟରେ ପହଂଚିଥିଲେ l ଏବଂ କାଳିନ୍ଦୀ ଙ୍କୁ ବିବାହ କରିଥିଲେ l
