ଯଦି ଆପଣ କୌଣସୀ ଧାର୍ମିକ ସ୍ଥାନ କୁ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ମନକୁ ଖୁସି କଲାଭଳି ଏହି ଖବର l ଆପଣ କୌଣସି ଅର୍ଥ ନଦେଇ ଉଡ଼ାଜାହାଜ ଯୋଗେ ତୀର୍ଥ ସ୍ଥାନକୁ ଯାତ୍ରା କରିବେ l ଏହାଛଡା ଖାଦ୍ୟ ଓ ଜଳଖିଆ ମଧ୍ୟ ମାଗଣାରେ ଦିଆଯିବ l
ଏହି ପ୍ୟାକେଜ ଅନୁସାରେ ଆପଣଙ୍କୁ ଗୋଟିଏ ମଧ୍ୟ ଟଙ୍କା ଦେବାକୁ ପଡ଼ିବ ନାହିଁ । ରହିବା ପାଇଁ ମଧ୍ୟ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏହାର ଅର୍ଥ ଆପଣଙ୍କ ଯାତ୍ରା ସଂପୂର୍ଣ୍ଣ ମାଗଣା ରହିବ । ବିଶେଷ ଭାବରେ ଏହି ଯୋଜନା ମଧ୍ୟପ୍ରଦେଶ ସରକାର ଙ୍କ ଦ୍ଵାରା ଆରମ୍ଭ କରାଯାଇଛି । ଯାହାକୁ ଇଣ୍ଡିଆନ୍ ରେଲୱେ କେଟରିଂ ଏଣ୍ଡ ଟୁରିଯିମ୍ କର୍ପୋରେସନ ଲିମିଟେଡ ସହିତ ଯୋଡା ଯାଇଛି ।
ମଧ୍ୟାପ୍ରେଦେଶ ସରକାର ଙ୍କ ଏହି ଯୋଜନା ଅନୁସାରେ ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ମାସରୁ ଆରମ୍ଭ କରାଯିବ । ଏହି ଯୋଜନା ଅନୁସାରେ କେବଳ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ ର ବୟୋଜ୍ୟେଷ୍ଠ ନାଗରିକ ମାନଙ୍କୁ ମାଗଣା ରେ ତୀର୍ଥ ସ୍ଥଳ ଯାତ୍ରା କରିବାର ସୁବିଧା ଉପଲବ୍ଧ କରାଯିବ । ମହିଳା ମାନଙ୍କ ପାଇଁ ଏଥିପାଇଁ ୨ବର୍ଷ କୋହଳ କରାଯାଇଛି । କେବଳ ମଧ୍ୟପ୍ରଦେଶ ବାସୀ ଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ଅଟେ ।
