Odisha news

କଣ ରହିଥାଏ ରାଷ୍ଟ୍ରପତିଙ୍କ ରାଜ୍ୟ ଗସ୍ତରେ ପ୍ରୋଟକଲର ବ୍ୟବସ୍ଥା : ଆସନ୍ତୁ ଜାଣିବା

0
ଭାରତର ସବୁଠୁ ବଡ ସାମ୍ବିଧାନିକ ପଦବୀ ହେଉଛି ରାଷ୍ଟ୍ରପତି ଙ୍କ ର , ସେ ଦେଶର ପ୍ରଥମ ନାଗରିକ ଅଟନ୍ତି । ଭାରତର ରାଷ୍ଟ୍ରପତି ଙ୍କ ସୁରକ୍ଷା ଓ ଗାରିମା ପାଇଁ ଗୋଟିଏ ବିଶେଷ ପ୍ରୋଟକଲ ବ୍ୟବସ୍ଥା ରହିଛି , ଯାହାକୁ ତାଙ୍କର ପ୍ରତ୍ୟେକ ଯାତ୍ରା ସମୟରେ ଫେଲୋ କରାଯାଇ ଥାଏ । ସେ ଯଦି କୌଣସି ରାଜ୍ୟ ଗସ୍ତରେ ଯାଇ ଥାଆନ୍ତି ତା ପୂର୍ବରୁ କିଛି ବିଶେଷ ପ୍ରସ୍ତୁତି କରାଯାଇ ଥାଏ । ସେ ନିଜର ଏହି ଗସ୍ତ ସମୟରେ ଗୋଟିଏ ବିଶେଷ ପ୍ରକାର ଗାଡ଼ି ରେ ଯାତାୟତ କରନ୍ତି ।
ଆସନ୍ତୁ ଜାଣିବା ରାଷ୍ଟ୍ରପତି ଙ୍କ ଯାତ୍ରାର ପ୍ରୋଟୋକଲ ବିଷୟରେ ।
ରାଷ୍ଟ୍ରପତି ଙ୍କ ଯାତ୍ରା ୨ପ୍ରକାରର ରହିଥାଏ –
– ଯେତେବେଳେ ରାଷ୍ଟ୍ରପତି ନିଜର ପଦଭାର ସମ୍ଭଳୀ ଥାଆନ୍ତି ତାଙ୍କର ପ୍ରଥମ ଯାତ୍ରା କୁ ସାର୍ବଜନୀକ ଯାତ୍ରା କୁହାଯାଏ ।
– ଏହାପରେ ରାଷ୍ଟ୍ରପତି ଯଦି ଅନ୍ୟ କୌଣସି ଯାତ୍ରାରେ ଯାଇ ଥାଆନ୍ତି ତେବେ ତାହାକୁ ଅଧିକାରିକ ଯାତ୍ରା କୁହାଯାଇ ଥାଏ ।
ରାଷ୍ଟ୍ରପତି ଙ୍କ ଯାତ୍ରାରେ ତାଙ୍କର ଯେ କୌଣସି କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର କରାଯାଇ ଥାଏ । ରାଷ୍ଟ୍ରପତି ଯେ କୌଣସି ସ୍ଥାନ କୁ ଯାଆନ୍ତୁ ତାହା ସହର ହୋଇଥାଉ କିମ୍ବା ଗାଁ ତାଙ୍କ କାର୍ଯ୍ୟକ୍ରମ ରେ କୌଣସି ପ୍ରକାରର ପରିବର୍ତ୍ତନ କରାଯାଏ ନାହିଁ । ଏହାଛଡା ତାଙ୍କୁ ସାକ୍ଷାତ କରିବାକୁ ଥିବା ବ୍ୟକ୍ତି ବିଶେଷ ଙ୍କ ତାଲିକା ମଧ୍ୟ ପୂର୍ବରୁ ସ୍ଥିର କରାଯାଇ ଥାଏ , ଏହାଛଡା ତାଙ୍କ କାର୍ଯ୍ୟକ୍ରମ ରେ କେଉଁମାନେ ସାମିଲ ହୋଇ ପାରିବେ ତାହା ମଧ୍ୟ ସ୍ଥିର ହୋଇଥାଏ । ଏହି ସମସ୍ତ କାର୍ଯ୍ୟ ରାଷ୍ଟ୍ରପତି ଙ୍କ କାର୍ଯ୍ୟାଳୟ ଅନୁମୋଦନ କ୍ରମେ ସ୍ଥିର ହୁଏ ।
ଯଦି ଦେଶର ରାଷ୍ଟ୍ରପତି କୌଣସି ରାଜ୍ୟ ଗସ୍ତରେ ଗଲେ ତେବେ କିଛିଟା ବିଶେଷ ବ୍ୟକ୍ତି ହିଁ ତାଙ୍କର ଗସ୍ତ ସମୟରେ ସାମିଲ୍ ହୋଇ ପାରିବେ । ଏଥିରେ ରାଜ୍ୟପାଳ , ରାଜ୍ୟର ମୁଖ୍ୟମନ୍ତ୍ରୀ , ମୁଖ୍ୟ ସଚିବ , ପୋଲିସ ମହାନିର୍ଦ୍ଦେଶକ ଓ ମହାନିରିକ୍ଷକ , ସରକାରଙ୍କ ରାଜନୈତିକ ସଚିବ , ଜିଲ୍ଲା ପାଳ, ରକ୍ଷା ସେବାର ବରିଷ୍ଠ ଅଧିକାରୀ ଇତ୍ୟାଦି ରାଷ୍ଟ୍ରପତି ଙ୍କ କାର୍ଯ୍ୟକ୍ରମ ରେ ସାମିଲ୍ ହୋଇ ଥାଆନ୍ତି । ଏହାଛଡା ରାଷ୍ଟ୍ରପତି ଙ୍କ ସ୍ବାଗତ ଗୋଟିଏ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କରି ଥାଆନ୍ତି ।
ରାଷ୍ଟ୍ରପତି ଯେଉଁ କାର୍ ଯୋଗେ ଯାଆନ୍ତି ତାହା ଗୋଟିଏ ବିଶେଷ କାର ହୋଇଥାଏ । ଏହା ମର୍ସିଡିଜ୍ ଏସ୍ କ୍ଲାସ୍ ପୁଲ ମ୍ୟାନ୍ ଗାର୍ଡ କାର ହୋଇଥାଏ । ଏହି ଗାଡ଼ିଟି ର ମୂଲ୍ୟ ୧୦-୧୨ କୋଟି ଟଙ୍କାର ହୋଇଥାଏ । ଏହି ଗାଡ଼ି ଟି ଉପରେ କୌଣସି ନମ୍ବର ପ୍ଲେଟ୍ ଲାଗି ନଥାଏ ଓ ବୁଲେଟ୍ ପ୍ରୁଫ୍ ହୋଇଥାଏ । ଏହାଛଡା ଏଥିରେ ବେଲିଷ୍ଟିକ୍ ପ୍ରୋଟେକ୍ସନ୍ ଫିଚର୍ ରହିଥାଏ ।
ଏହାଛଡା ଏହି ଗାଡ଼ି ଟିରେ ଏମର୍ଜେନ୍ସି ଫ୍ରେସ୍ ଏୟାର ସିଷ୍ଟମ ରହିଥାଏ , ଯାହାକି ଏମର୍ଜେନ୍ସି ସମୟରେ ଅକ୍ସିଯେନ୍ ଯୋଗାଇବାରେ ସାହାଯ୍ୟ କରିଥାଏ । ଏହାଛଡା ଏହି ଗାଡ଼ିରେ ନାଇଟ ଭିୟୁ ଆସିଷ୍ଟ ରହିଥାଏ ଯାହାଦ୍ଵାରା ରାତ୍ରୀ ସମୟରେ ମଧ୍ୟ ସହଜରେ ଗାଡ଼ି ଚଳାଇ ହୋଇଥାଏ । ଏହାଛଡା ଏହି ସମସ୍ତ ଖର୍ଚ୍ଚ ସରକାରଙ୍କ ପକ୍ଷରୁ ବହନ କରାଯାଇ ଥାଏ।
Nalco
Leave A Reply