Odisha news

ଅଚାନକ ଭାବରେ ବ୍ଲଡ ପ୍ରେସର୍ ହାଇ ହଉଛିକି ? ଆପଣାନ୍ତୁ ଏହି ଉପାୟ

0
ବୟସ ବୃଦ୍ଧି ସହିତ ଉଚ୍ଚ ରକ୍ତଚାପ ସମସ୍ୟା ଦେଖା ଯାଇଥାଏ । ବର୍ତମାନ ଅନେକ ଲୋକେ ଉଚ୍ଚ ରକ୍ତଚାପ ସମସ୍ୟା ଦେଇ ଗତି କରୁଛନ୍ତି । ଯେତେବେଳେ ଅଚାନକ ଭାବରେ ରକ୍ତଚାପ ବୃଦ୍ଧି ହୋଇଥାଏ, ଶରୀର ରେ ଅନେକ ପ୍ରକାର ସମସ୍ୟା ଦେଖା ଯାଇଥାଏ । ଯଦି ଆପଣ ମଧ୍ୟ ଜଣେ ଉଚ୍ଚ ରକ୍ତଚାପ ରୋଗୀ ତେବେ କିଛିଟା କଥାକୁ ବିଶେଷ ଧ୍ୟାନ ରଖିବା ଜରୁରୀ । କାହିଁକି ନା ସ୍ଥିତି ରକ୍ତଚାପ କୁ ନିୟନ୍ତ୍ରଣ କରି ପାରିବ ।
ଯଦି ଅଚାନକ ଭାବରେ ରକ୍ତଚାପ ବୃଦ୍ଧି ପାଉଛି ତେବେ ଅପଣନ୍ତୁ ଏହି ଉପାୟ -:
– ଯଦି ଅଚାନକ ଭାବରେ ରକ୍ତଚାପ ବୃଦ୍ଧି ହେଉଛି ତେବେ ସାମାନ୍ୟ ଆରାମ କରିବା ଆବଶ୍ୟକ ବୋଲି ଚିକିତ୍ସକ ମାନେ କହିଛନ୍ତି । ଏହାଛଡା ଦୀର୍ଘ ନିଃଶ୍ୱାସ ନେଇ ମନକୁ ଶାନ୍ତ କରନ୍ତୁ । କାହିଁକି ନା ଚିନ୍ତା ହେଉଛି ଉଚ୍ଚ ରକ୍ତଚାପ ର କାରଣ ।
– ଏମିତିରେ କହିବାକୁ ଗଲେ ଉଚ୍ଚ ରକ୍ତଚାପ ରୋଗୀ ମାନେ ନିୟମିତ କିଛି ସମୟ ପାଇଁ ବ୍ୟାୟାମ କରିବା ଆବଶ୍ୟକ । କିନ୍ତୁ ଅଚାନକ ଯଦି ଆପଣଙ୍କ ରକ୍ତଚାପ ବୃଦ୍ଧି ହେଉଛି ତେବେ କିଛି ସମୟ ପାଇଁ ହାଲକା ଚାଲନ୍ତୁ ଓ ଷ୍ଟ୍ରେଚିଂ କରନ୍ତୁ । ଏହା ରକ୍ତଚାପ କୁ ନିୟନ୍ତ୍ରଣ କରିବ ।
– ଆପଣ ଯଦି ଠିଆ ହୋଇଛନ୍ତି କିମ୍ବା ବସିଛନ୍ତି ତେବେ ରକ୍ତଚାପ ଅଚାନକ ବୃଦ୍ଧି ହୋଇଗଲେ ନିଜର ବସିବା ଓ ଶୋଇବା ସ୍ଥିତି କୁ ବଦଳାଇ ଦିଅନ୍ତୁ । ଏହା ଦ୍ଵାରା ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇ ପାରିବ ଏବଂ ରକ୍ତଚାପ ନିୟନ୍ତ୍ରିତ ହୋଇ ପାରିବ ।
– ଅନେକ ସମୟରେ ଡି ହେଡ୍ରେଶନ ମଧ୍ୟ ରକ୍ତଚାପ ବୃଦ୍ଧି ର କାରଣ ହୋଇଥାଏ । ତେଣୁ ପାଣି ପିଇବା ଦ୍ଵାରା ରକ୍ତଚାପ କୁ କମ୍ କରିଥାଏ ହାଇ ଡ୍ରେସନ୍ ରେ ସୁଧାର ଆଣିଥାଏ ।
– ରକ୍ତଚାପ ବୃଦ୍ଧି ହେବା ସମୟରେ ଅଲ୍କୋହଲ ଓ କାଫିନ ସେବନ ଠାରୁ ଦୂରେଇ ରହିବା ଜରୁରୀ । ସୀମିତ ମାତ୍ରା ସେବନ ମଧ୍ୟ ଶରୀର ପାଇଁ ହୋଇପାରେ କ୍ଷତି କାରକ । ତେଣୁ ସେଥିପ୍ରତି ସତର୍କ ରୁହନ୍ତୁ ।
Nalco
Leave A Reply