ଶୁଭ ସକାଳେ ଆମ ମନ ଉଚ୍ଛନ
ଦେଖିବୁ ଦଧିବାମନ
ହାତ ପାତି ଆମେ ମାଗି ନେବୁ ପରା
ଦିଅଁ ପାଖୁ ପୂଣ୍ୟ ର ଧନ ।..
ମଥା ଲାଗିଲେ ତାର ଚରଣ ଧୂଳି
ଆମ ମନ ଯିବ ବଦଳି
ଭାବ ଭାଷା ହେଵ ଅତି ମଧୁର
ସେବିବା ଅନ୍ଧ ମୁକ ବଧିର ।
ଏ ଖୁସି ଭରିଯିବ ଆମ ଲଲାଟ
ବୁଲିଲେ ଚଉଦକୁଲାଟ ।
ଭକତିରେ ପୂଜିଲେ ଦଧିବାମନ
ବଦଳିବ ମନ ମଲାଟ । ..
ଫରଫର ଦେଖିତା ନାଲିଆ ନେତ
ହରଷ ମନେ ଗାଇବ ଗୀତ ।
ମଳିଯିବେ ତମକୁ ଭକତ ମିତ
ରହିବନି ଏ ମନରେ ଭୀତ । ..
***** ଅକ୍ଷୟ ପଣ୍ଡା
