Odisha news

ଖୋଲିଲା ବାଲିଗୁଡାର ଅଧଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡା ମନ୍ଦିର

0

ବାଲିଗୁଡା,୩/୧-; କରୋନା କଟକଣା ଆରମ୍ଭ ଠାରୁ ସମସ୍ତ ଧର୍ମାନୁଷ୍ଠାନ ସହ ମନ୍ଦିର ବନ୍ଦ ରହିଥିଲା । ଆଜି ବାଲିଗୁଡାର ଅଧଷ୍ଠ୍ରାତ୍ରୀ ଦେବୀ ମା ପାଟଖଣ୍ଡା ମନ୍ଦିର ସଂନ୍ଧ୍ୟାରେ ଖୋଲିଲା । ମା ପାଟଖଣ୍ଡା ମନ୍ଦିରର ମୁଖ୍ୟ ଫାଟକକୁ ପୁଜା ଅ୍ର୍ଚ୍ଚନା କରାଯାଇ ମନ୍ଦିର ଖୋଲାଗଲା । ମା ପାଟଖଣ୍ଡା ଦୁର୍ଗା ପୁଜା ସମିତିର ସଭାପତି ଲୋକନାଥ ପାଢୀ,ସମ୍ପାଦକ ଶ୍ରୀନିବାସ ରାଓ,ସହ ସମ୍ପାଦକ ଭଗବତୀ ପ୍ରସାଦ ସାବତ,ଭଗବାନ ପଣ୍ଡା ମନ୍ଦିରର ପୁଜକ ପାଗୁଲୁ ଓ ଅନ୍ୟପୁଜକ ମାନେ କର୍ମକ୍ରତା ଉପସ୍ଥିତ ଥିଲେ ।

ମନ୍ଦିର ଭିତରେ କୋଭିଡ ନିୟମକୁ ମାନି ପ୍ରତି ୍ରଫୁଟରେ ଚିହ୍ନ କରାଯାଇଛି । ଏହି ଚିହ୍ନରେ ଭକ୍ତ ମାନେ ଠିଆ ହୋଇ ମାଙ୍କ ଦର୍ଶନ କରିବେ । ଆଜି ସଂନ୍ଧ୍ୟା ସମୟରେ ଅତିରିକ୍ତଜିଲ୍ଲାପାଳ ହଳଧର ନାୟକ ମନ୍ଦିର ପରିବେଷ ବୁଲି ଦେଖିଥିଲେ ଓ କମିଟିକୁ କହିଥିଲେ ମନ୍ଦିର ପରିସରରେ ଯେଭଳି ଭିଡ ନଜମିବ ସେଥିପ୍ରତି ଧ୍ୟାନ ଦେବେ ।ଦୀର୍ଘ ନଅମାସ ଧରି ବନ୍ଦ ଥିବା ମନ୍ଦିର ଆଜି ଖୋଲିଥିବାରୁ ଭକ୍ତମାନେ ଉର୍କଣ୍ଠାର ସହ ଜଗିରହିଥିଲେ ।

ସଂନ୍ଧ୍ୟା ସମୟରେ ମନ୍ଦିର ଖୋଲିବା ପରେପରେ ଭକ୍ତ ମାନେ କୋଭିଡ ନିୟମକୁ ମାନି ଆଧଷ୍ଠ୍ରାତ୍ରୀ ଦେବୀ ମା ପାଟଖଣ୍ଡାଙ୍କ ଦର୍ଶନ କରିଥିଲେ । ସୁଚନା ଯୋଗ୍ୟ ଯେ ଗତ ମାସ ଡିସେମ୍ବର ୨୬ ତାରିଖ ଦିନ କରୋନା କଟକଣା କାରଣରୁ ବନ୍ଦ ଥିବା ମନ୍ଦିର,ମସଜିଦ ଓ ଚର୍ଚ୍ଚକୁ ବାଲିଗୁଡା ଉପଖଣ୍ଡର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଉପଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ବୈଠକ ଅନଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କୋଭିଡ ନିୟମକୁ ମାନି କିକି ନିୟମ ଅବଲମ୍ବନ କରି ସମସ୍ତ ଧର୍ମାନୁଷ୍ଠାନ ଖୋଲାଯିବ ତାରି ଉପରେ ଆଲୋଚନା ହୋଇଥିଲା ଓ ମନ୍ଦିର,ଚର୍ଚ୍ଚ ମାନଙ୍କରେ କୋଭିଡ ନିୟମ ମାନି ସର୍ବାଧିକ କେତେଜଣ ମନ୍ଦିରରେ ରହି ପାରିବେ ତାହାର ଏକ ତାତିକା ପ୍ରସ୍ତୁତ କରି ଉପଖଣ୍ଡ ପ୍ରସାସନକୁ ପ୍ରଦାନ କରିବା ନିମନ୍ତେ ସବୁ ଧର୍ମାନୁଷ୍ଠାନ କମିଟି ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏହାକୁ ମାନି ସମସ୍ତ ଧର୍ମାନୁଷ୍ଠାନ ମାନେ ଉପଖଣ୍ଡ ୍ରଶାସନକୁ ତାଲିକା ପ୍ରାଦାନ କରିଥିଲେ । ।ଆଜି ବାଲିଗୁଡାରେ କେବଳ ମା ପାଟଖଣ୍ଡା ମନ୍ଦିର ଖୋଲାଯାଇଛି ।

Leave A Reply