Odisha news

ଚନ୍ଦ୍ର ଚୁକ୍ତିରେ ୮ ରାଷ୍ଟ୍ରଙ୍କ ସ୍ୱାକ୍ଷର

0

ନାସା ଆନୁକୂଲ୍ୟରେ ପ୍ରସ୍ତୁତ ‘ଆର୍ଟେମିସ୍‌ ଆକର୍ଡ’ ବା ଚନ୍ଦ୍ର ଚୁକ୍ତିନାମାରେ ୮ଟି ରାଷ୍ଟ୍ର ଯଥା ଅଷ୍ଟ୍ରେଲିଆ, କାନାଡ଼ା, ଜାପାନ, ଲକ୍ସମବର୍ଗ, ଇଟାଲୀ, ୟୁକେ, ୟୁଏଇ ଓ ଯୁକ୍ତରାଷ୍ଟ୍ର ଆମେରିକା ସ୍ୱାକ୍ଷର କରିଛନ୍ତି । ଏଥିରେ ରୁଷିଆ ଓ ଚାଇନା ନ ଥିବାରୁ ଏ ଚୁକ୍ତି ଅସଫଳ ହୋଇପାରେ କିମ୍ବା ସାନି ଚୁକ୍ତିନାମା ପ୍ରସ୍ତୁତ କରାଯାଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ରୁଷିଆ ଓ ଚୀନ୍‌ ଆର୍ଟେମିସ୍‌ ଚୁକ୍ତି ପାଇଁ ଆଗ୍ରହୀ ନୁହନ୍ତି । ଅଭିଯୋଗ ହୋଇଆସୁଛି ଯେ ଏହି ଦୁଇ ମହାଶକ୍ତି ଚନ୍ଦ୍ରରେ ମନଇଚ୍ଛା ଜମି ମାଡ଼ିବସୁଛନ୍ତି । ଚନ୍ଦ୍ର ସମ୍ବନ୍ଧୀୟ ଏପରି ଚୁକ୍ତି ପ୍ରଥମ ନୁହେଁ । ୧୮୬୭ରେ ଆଉଟର୍‌ ସ୍ପେସ୍‌ ଟ୍ରିଟି (ଓଏସ୍‌ଟି) କାର୍ଯ୍ୟକାରୀ ହୋଇ ଏପର୍ଯ୍ୟନ୍ତ ବଳବତ୍ତର ରହିଆସିଥିଲା । ତାରି ଢାଞ୍ଚାରେ ପ୍ରସ୍ତୁତ ହୋଇଛି ନୂଆ ଚୁକ୍ତି । ଆର୍ଟେମିସ୍‌ ଚୁକ୍ତିର ଉଦ୍ଦେଶ୍ୟ ପୃଥିବୀ ବାହାରେ କୌଣସି ପ୍ରକାର ବିବାଦ ବା ସଂଘର୍ଷକୁ ଏଡ଼ାଇବା । ନାସା ନେତୃତ୍ୱରେ ପରିଚାଳିତ ଆର୍ଟେମିସ୍‌ ପ୍ରୋଗ୍ରାମ ଅନୁଯାୟୀ ୨ ଜଣ ମହାକାଶଚାରୀ ଚନ୍ଦ୍ରର ଦକ୍ଷିଣ ମେରୁରେ ୨୦୨୪ ମସିହାରେ ଅବତରଣ କରିବେ । ସେଠାରେ ୨୦୨୯ ସୁଦ୍ଧା ଗୋଟିଏ ଦୀର୍ଘସ୍ଥାୟୀ ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ ।

Leave A Reply