ଯେଉଁ ବ୍ୟକ୍ତି ମାନଙ୍କର ଜନ୍ମ ୫ ,୧୪ ଓ ୨୩ ତାରିଖରେ ହୋଇଥାଏ ,ସେମାନଙ୍କ ମୁଲ୍ୟାଙ୍କ ୫ ହୋଇଥାଏ l ଅଙ୍କ ଜ୍ୟୋତିଷ ଅନୁସାରେ ମୁଲ୍ୟାଙ୍କ ୫ ରହୁଥିବା ବ୍ୟକ୍ତି ମାନଙ୍କ ଉପରେ ବୁଧ ଗ୍ରହଙ୍କ ପ୍ରଭାବ ରହିଥାଏ l ବୁଦ୍ଧଗ୍ରହ ଜ୍ଞାନୀ ଓ ବୁଦ୍ଧିମାନ ହୋଇଥାଆନ୍ତି l ସେଠି ପାଇଁ ୫ନଂବର ବ୍ୟକ୍ତିମାନେ ବୁଦ୍ଧିମାନ ହୋଇଥାଆନ୍ତି l ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଫେସବୁକ ସିଇଓ ମାର୍କ ଜକରବର୍ଗଙ୍କ ନାମ ରହିଛି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ୫ ମୁଲ୍ୟାଙ୍କ ବିଶିଷ୍ଟ ଅଟନ୍ତି l
ମୁଲ୍ୟାଙ୍କ ୫ ବ୍ୟକ୍ତିମାନେ ସବୁବେଳେ ଆହ୍ୱାନକୁ ଚାଲେଞ୍ଜ ଭାବରେ ଗ୍ରହଣ କରି ଥାଆନ୍ତି ଓ ବିଜୟ ପ୍ରାପ୍ତ ମଧ୍ୟ କରି ଥାଆନ୍ତି l ଏହିଭଳି ବ୍ୟକ୍ତିମାନେ ନୂଆ ନୂଆ ଯୋଜନାରେ କାମକରି ସଫଳତା ହାସଲ କରିବାକୁ ଇଚ୍ଛା କରି ଥାଆନ୍ତି l ସେମାନେ ସବୁବେଳେ ଜୀବନରେ ରିସ୍କ ନେବାକୁ ପ୍ରସ୍ତୁତ ରହି ଥାଆନ୍ତି l ଏହି ବ୍ୟକ୍ତିମାନେ ସବୁ ପରିସ୍ଥିତି ସହିତ ନିଜକୁ ଆଡ଼ଜଷ୍ଟ କରି ନିଅନ୍ତି l ୫ନଂବର ବ୍ୟକ୍ତିମାନେ ଦୂରଦର୍ଶୀ ହୋଇଥାଆନ୍ତି l
ଏହି ମୁଲ୍ୟାଙ୍କ ବ୍ୟକ୍ତିମାନେ ଚତୁର ଓ ପରିଶ୍ରମୀ ହୋଇଥିବା କାରଣରୁ ଜୀବନରେ ସବୁକିଛି ହାସଲ କରି ପାରିଥାଆନ୍ତି l ଏମାନେ ଆର୍ଥିକ ଦୃଷ୍ଟିରୁ ଖୁବ ସୁଦୃଢ ଅଟନ୍ତି l