ଭୁବନେଶ୍ୱର, ୧୧ଜୁନ୍ – ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପାଣିପାଗ ବିଭାଗର ଅ ।କଳନ ଅନୁସାରେ ଠିକ୍ ସମୟରେ ମୌସୁମୀ ଓଡ଼ିଶା ଛୁଇଁଛି ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ର ନିର୍ଦ୍ଦେଶକ ଏଚ ବିଶ୍ୱାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୌସୁମୀ ପ୍ରବେଶ ସହ ରାଜ୍ୟରେ ଏବେ ଲଗାଣ ବର୍ଷା ଆରମ୍ଭ ହେବ । ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକ ମୌସୁମୀ ବର୍ଷା ହେବା ସହ ବର୍ଷାର ପରିମାଣ ୧୦୩ ପ୍ରତିଶତ ରହିପାରେ ।