Odisha news

କଣିହାଁ : ପୋଖରୀରେ ବୁଡି ବାଳକର ମୃତ୍ୟୁ

0

କଣିହାଁ,୧୧/୬: କଣିହାଁ ଥାନା ଅନ୍ତର୍ଗତ ସାନତ୍ରୀବିଡା ଗ୍ରାମରେ ପୋଖରୀରେ ବୁଡି ଆରୀୟନ ପ୍ରଧାନ ନାମକ ଜଣେ ୫ବର୍ଷ ବାଳକର ମୃତ୍ୟୁ ହୋଇଛି l ଆରୀୟନ ଗୁରୁବାର ସକାଳେ ଘର ସମ୍ମୁଖରେ ନିଜର ଅଜା ସହିତ ବୁଲିବା ସହ ଖେଳୁଥିଲା l କିଛି ସମୟ ପରେ ଆରୀୟନକୁ ପାଖରେ ନଥିବା ଦେଖି ଅଜା ଘରକୁ ଯାଇ ପଚାରିଥିଲେ l ମାତ୍ର ନାତି ଘରେ ନଥିବା ଦେଖିବାକୁ ପାଇ ଚାରିଆଡ଼େ ଖୋଜାଖୋଜି କରିବାରେ ଦିନ ପ୍ରାୟ ୧୧ଘଟିକା ସମୟରେ ଘର ନିକଟରେ ଥିବା ଗ୍ରାମର ବଡ଼ବନ୍ଧ ପୋଖରୀରେ ଆରୀୟନ ଭାସୁଥିବା ଦେଖିବାକୁ ପାଇଥିଲେ l

ପରେ ଆରୀୟନକୁ କଣିହାଁ ମେଡିକାଲକୁ ଅଣାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଗ୍ରାମର ଅନିଲ ପ୍ରଧାନଙ୍କର ଆରୀୟନ ଏକ ମାତ୍ର ପୁଅ ଥିଲା l ଉକ୍ତ ଖବର ପ୍ରଚାରିତ ହେବାପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା l ଖବର ପାଇ ଢେଙ୍କାନାଳ ସାଂସଦ ମହେଶ ସାହୁ ଗ୍ରାମରେ ପହଞ୍ଚି ଗଭୀର ଶୋକ ପ୍ରକାଶ କରିବାସହ ପରିବାରକୁ ସମବେଦନା ଜଣାଇଥିଲେ l ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି l ବିଭିନ୍ନ ଦଳର କର୍ମକର୍ତ୍ତା ,ଶୁଭେଚ୍ଛୁ,ତାଙ୍କ ଘରେ ପହଁଚି ସମବେଦନା ଜଣାଇଛନ୍ତି l

Leave A Reply

Your email address will not be published.